ଓଡିଶା

odisha

ETV Bharat / state

ଭିସୁଟର 3 ଅଧ୍ୟାପକ ପଜିଟିଭି ଚିହ୍ନଟ, 3 ଦିନ ସଟଡାଉନ କ୍ୟାମ୍ପସ - 3 ଅଧ୍ୟାପକଙ୍କୁ କରୋନା

ସମ୍ବଲପୁରସ୍ଥିତ ବୀର ସୁୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପୁଣି 3 ଅଧ୍ୟାପକଙ୍କୁ କୋରୋନା । 3 ଦିନ ବନ୍ଦ ସହ ବିଶୋଧନ ହେବ କ୍ୟାମ୍ପସ । ଅଧିକ ପଢନ୍ତୁ..........

ଭିସୁଟର 3 ଅଧ୍ୟାପକ ପଜିଟିଭି ଚିହ୍ନଟ
ଭିସୁଟର 3 ଅଧ୍ୟାପକ ପଜିଟିଭି ଚିହ୍ନଟ

By

Published : Oct 10, 2020, 7:25 PM IST

ସମ୍ବଲପୁର: ଆଜିଠୁ 3 ଦିନ ପର୍ଯ୍ୟନ୍ତ ପାଇଁ ପୁଣି ସଟଡାଉନ ହେଲା ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ । ବିଶ୍ବବିଦ୍ୟାଳୟର ପୁଣି 3 ଜଣ ଅଧ୍ୟାପକ ପଜିଟିଭି ଚିହ୍ନଟ ହେବାପରେ ସମ୍ଭାବ୍ୟ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି 3 ଦିନ ସଂସ୍ଥାକୁ ସଟଡାଉନ ଘୋଷଣା କରିଛନ୍ତି କୁଳପତି ଅଟଳ ଚୌଧୁରୀ ।

ଏହି 3 ଦିନ ମଧ୍ୟରେ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଶୋଧନ କରାଯିବ । ଏହି ସଟଡାଉନ ସମୟରେ ଅଧ୍ୟାପକ ନିଜ ଘରେ ରହି କ୍ଲାସ କରିବେ ବୋଲି ଭିସୁଟ କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଗତ ୬ ତାରିଖରେ ସୂଚନା ପ୍ରଜୁକ୍ତି ବିଦ୍ୟା ବିଭାଗର ଜଣେ ପ୍ରଫେସର, ପରେ ପୁଣି ୭ ତାରିଖରେ ସେହି ବିଭାଗରର ଜଣେ ସହଯୋଗୀ ପ୍ରଫେସର କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ପୁଣି ଶୁକ୍ରବାର ଏମସିଏ ବିଭାଗର ଜଣେ ସହକାରୀ ପ୍ରଫେସର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କ୍ୟାମ୍ପସରେ ଗୋଷ୍ଠି ସଂକ୍ରମଣ ଆଶଙ୍କା ଦେଖାଦେବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ପଦକ୍ଷପ ନେଇଥିବା କହିଛନ୍ତି । ଏହି କ୍ୟାମ୍ପସରେ ପ୍ରଥମେ ଜୁନ ମାସ ୨୯ ତାରିଖରେ ଜଣେ ଅଧ୍ୟାପିକା କରୋନାରେ ସଂକ୍ରମିତ ହେବାପରେ ଜଣେ ପରେ ଜଣେ ଅଧ୍ୟାପକ, କର୍ମଚାରୀ ସଂକ୍ରମିତ ହେବାରେ ଲାଗିଛନ୍ତି ।

ସମ୍ବଲପୁରରୁ ବାଦଶାହା ଦୁଶମନ ରଣା, ଇଟିଭି ଭାରତ

ABOUT THE AUTHOR

...view details