ଓଡିଶା

odisha

ETV Bharat / state

ସ୍କୁଲ ବନ୍ଦ ନକରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ରଘୁନାଥପାଲିର ପ୍ରାଥମିକ ସ୍କୁଲ ବନ୍ଦ ହେବା ନିଷ୍ପତ୍ତି ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

The villagers protest aganist school close in sambalpur district
ସ୍କୁଲ ବନ୍ଦ ନକରିବାକୁ ଦାବି କରି ଜିଲ୍ଲାପଳଙ୍କୁ ଦାବିପତ୍ର

By

Published : Nov 8, 2020, 11:42 AM IST

ସମ୍ବଲପୁର: ଧନକଉଡା ବ୍ଲକ ରଘୁନାଥପାଲିର ପ୍ରାଥମିକ ସ୍କୁଲ ବନ୍ଦ ହେବା ନେଇ ଚିନ୍ତିତ ଗାଁ ଲୋକ । ସ୍କୁଲ ବନ୍ଦ ନକରି ବାକୁ ଦାବି କରି ଶନିବାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଗାଁ ଲୋକ ।

ଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ଯେଉଁ ସ୍କୁଲରେ 20ରୁ କମ ପିଲା ରହିଥିବେ ସେହି ସ୍କୁଲକୁ ବନ୍ଦ କରି ଅନ୍ୟତ୍ର ସମ୍ମିଶ୍ରଣ କରାଯିବ । ରଘୁନାଥପାଲି ୟୁପି ସ୍କୁଲରେ 20ରୁ କମ ଛାତ୍ରଛାତ୍ରୀ ଥିବାରୁ ସେହି ସ୍କୁଲକୁ ବନ୍ଦ କରିବା ନିଷ୍ପତ୍ତି ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।

ସ୍କୁଲ ବନ୍ଦ ନକରିବାକୁ ଦାବି କରି ଜିଲ୍ଲାପଳଙ୍କୁ ଦାବିପତ୍ର

ଗାଁରେ ଦୁଇରୁ ତିନି କିଲୋମିଟର ପରିସର ଭିତରେ ଭିତରେ କୌଣସି ପ୍ରାଥମିକ ବିଦ୍ୟାଳୟ ନାହିଁ । ସ୍କୁଲକୁ ବନ୍ଦ କରି ଯେଉଁ ସ୍କୁଲ ସହ ମିଶ୍ରଣ କରାଯାଉଛି ସେଠି ବହୁତ ରାଇସ ମିଲ ରହିଛି । ସେହି ଅଞଳରେ ସବୁବେଳେ ଭାରିଯାନ ଯାତାୟତ କରୁଛି । ଏପରି ସ୍ଥିତିରେ କୁନି କୁନି ପିଲା ସ୍କୁଲ ଯିବା ସମୟରେ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ତେଣୁ ଉକ୍ତ ସ୍କୁଲକୁ ବନ୍ଦ ନ କରିବାକୁ ସ୍ଥାନୀୟ ଗ୍ରାମବାସୀମାନେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରଣା, ଇଟିଭି ଭାରତ

ABOUT THE AUTHOR

...view details