ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ଟାଟା ପାୱାର ପରିଚାଳକ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌ - ସମ୍ବଲପୁର ଖବର

ଭିଜିଲାନ୍ସ ଜାଲରେ ପଡିଛନ୍ତି ଟାଟା ପାୱାର ପରିଚାଳକ ସନ୍ତୋଷ କୁମାର ଦରଜି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବୁର୍ଲା ଓ ବରଗଡ଼ର ମୋଟ 3ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଅଧିକ ପଢନ୍ତୁ

vigilance raid
vigilance raid

By

Published : Mar 11, 2022, 9:41 AM IST

Updated : Mar 11, 2022, 12:15 PM IST

ସମ୍ବଲପୁର:ପୁଣି ଆଉ ଜଣେ କଳାଧନ କାରବାରଙ୍କ ଘରେ ଚଢାଉ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଟାଟା ପାୱାର ପରିଚାଳକ ସନ୍ତୋଷ କୁମାର ଦର୍ଜୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବୁର୍ଲା ଓ ବରଗଡ଼ର ମୋଟ 3ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଭିଜିଲାନ୍ସ ଜାଲରେ ଟାଟା ପାୱାର ପରିଚାଳକ

ସ୍ପେଶିଆଲ ଭିଜିଲାନ୍ସ ଜଜ ଦ୍ଵାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ଜଣେ DSP, 6 ଜଣ ଇନ୍ସପେକ୍ଟର,2 ଜଣ ASIଙ୍କ ସହ ଅନ୍ୟ ଷ୍ଟାପ ଏହି ଚଢ଼ାଉ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା 6 ଲକ୍ଷ 28 ହଜାର ଟଙ୍କା ଜବତ ହୋଇଛି । ସମ୍ବଲପୁରର ପଧାନପଡା, ବରଗଡ଼ ଅତାବିରା ସ୍ଥିତ ସନ୍ତୋଷଙ୍କ ନିଜ ଘର ଓ ବୁର୍ଲାର କର୍ପୋରେଟ ଅଫିସରେ ଚଢ଼ାଉ ଜାରି ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

Last Updated : Mar 11, 2022, 12:15 PM IST

ABOUT THE AUTHOR

...view details