ଓଡିଶା

odisha

ETV Bharat / state

OSSC PSଙ୍କ ଘରେ ଭିଜିଲାନ୍ସ ରେଡ, ଘଟଣାରେ ସମ୍ପୃକ୍ତ ବଡ଼ ବଡ଼ିଆ

OSSC PSଙ୍କ ଘରେ ଭିଜିଲାନ୍ସ ରେଡ ଘଟଣା । ଘଟଣାରେ ବଡ଼ ବଡ଼ିଆ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

By

Published : Jul 31, 2021, 8:09 PM IST

OSSC PSଙ୍କ ଘରେ ଭିଜିଲାନ୍ସ ରେଡ, ଘଟଣାରେ ସମ୍ପୃକ୍ତ ବଡ଼ ବଡ଼ିଆ
OSSC PSଙ୍କ ଘରେ ଭିଜିଲାନ୍ସ ରେଡ, ଘଟଣାରେ ସମ୍ପୃକ୍ତ ବଡ଼ ବଡ଼ିଆ

ସମ୍ବଲପୁର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଏହାକୁ ନେଇ ଏବେ ରାଜନୀତି ଘନେଇଛି । ଏହି ଘଟଣାରେ ଛୋଟ ମାଛ ଧରା ପଡିଥିବା ବେଳେ ରାଜ୍ୟ ସରକାରଙ୍କ ବହୁ ବଡ଼ ବଡ଼ିଆ ବାବୁମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି ଯୁବ ମୋର୍ଚ୍ଚା ।

OSSC PSଙ୍କ ଘରେ ଭିଜିଲାନ୍ସ ରେଡ, ଘଟଣାରେ ସମ୍ପୃକ୍ତ ବଡ଼ ବଡ଼ିଆ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ଘରେ ଭିଜିଲାନ୍ସ ରେଡ଼ ହେବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠାବ ହେବା ପରେ ଏବେ ଏନେଇ ରାଜନୀତି ଜୋର ଧରିଛି । ଆଜି(ଶନିବାର) ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ ଏହି ଘଟଣାରେ ବର୍ତ୍ତମାନ ଛୋଟ ମାଛ ଧରାପଡିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ରାଜ୍ୟ ସରକାରଙ୍କ ବହୁ ବଡ଼ ବାବୁଙ୍କ ସମ୍ପୃକ୍ତି ବାହାରିବ ବୋଲି ସେ ଦାବି କରିଛନ୍ତି । ତେଣୁ ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ସହ ସି ବି ଆଇ ତଦନ୍ତ ହେଲେ ଆହୁରି ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପୃକ୍ତି ବାହାରିବ ବୋଲି କହିଛନ୍ତି ଇରାଶିଷ ଆଚାର୍ଯ୍ୟ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details