ଓଡିଶା

odisha

ETV Bharat / state

ଆସନ୍ତା 14ରେ ଖୋଲିବ ହୀରାକୁଦ ଗେଟ - ହୀରାକୁଦ ଜଳ ଭଣ୍ଡାର

ଆସନ୍ତା 14ରେ ଖୋଲିବ ହୀରାକୁଦ ଗେଟ । ମହାନଦୀରେ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପାରମ୍ପରିକ ପୂଜାର୍ଚ୍ଚନା ପରେ ବାଜିବ ସାଇରନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Aug 10, 2019, 8:21 PM IST

ସମ୍ବଲପୁର: ଶେଷରେ ଖୋଲିବ ହୀରାକୁଦ ଜଳ ଭଣ୍ଡାର । ବିଳମ୍ବରେ ହେଲେ ମଧ୍ୟ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଏଥିପାଇଁ ଦିନ ମଧ୍ୟ ନିର୍ଧାରଣ କରାଯାଇଛି ।

ଗତ କିଛିଦିନ ଧରି ମୌସୁମୀର ଲୁଚକାଳି ଖେଳକୁ ନେଇ ଦେଖାଦେଇଥିଲା ଆଶଙ୍କା । ଆବଶ୍ୟକତା ଅନୁସାରେ ବର୍ଷା ନହେବା ଚିନ୍ତାରେ ପକାଇଥିଲା ହୀରାକୁଦ ଜଳ ଭଣ୍ଡାର କର୍ତ୍ତୃପକ୍ଷଙ୍କୁ । ଆଉ ଯାହାର ସିଧାସଳଖ ପ୍ରଭାବ ପଡିଥିଲା ହୀରାକୁଦ ଜଳ ଭଣ୍ଡାରରେ । ବିଜୁଳି ଉତ୍ପାଦନ ହେଉକି ଜଳ ସେଚନ ସବୁଠି ଦେଖାଦେଇଥିଲା ଜଳ ନିଅଣ୍ଟ । ଫଳରେ ନିର୍ଦ୍ଧାରିତ ଜୁଲାଇ 31 ସୁଦ୍ଧା ଲକ୍ଷ୍ୟ ହାସଲ ହୋଇପାରିନଥିଲା । ପ୍ରାୟ 18 ବର୍ଷ ପରେ ଦେଖାଦେଇଥିଲା ଏମିତି ଜଳ ସଂକଟ । ଯାହାକୁ ନେଇ ଚଳିତ ବର୍ଷ ନଦୀବନ୍ଧର ଗେଟ ଖୋଲିବା ନେଇ ଆରମ୍ଭ ହୋଇଥିଲା ସଂଶୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ହେଲେ ବିଳମ୍ବରେ ହେଲେ ମଧ୍ୟ ମୌସୁମୀ ଦେଖାଇଲା ତାର ରୂପ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେବା ପରେ ଫୁଲିଛି ଏବେ ଜଳ ଭଣ୍ଡାର । ହୀରାକୁଦ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା 631 ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ଆସି ପହଞ୍ଚିଯାଇଛି 611.62ଫୁଟ ରେ । ଯଦ୍ବାରା ଆସନ୍ତା 14 ତାରିଖ ପୂର୍ବାହ୍ନ 11 ଟାପରେ ଯେ କୌଣସି ମୁହୁର୍ତ୍ତରେ ପ୍ରଥମେ 7 ନଂ ସ୍ଲୁଇସ ଗେଟ ଖୋଲିବ । ପାରମ୍ପରିକ ପୂଜାର୍ଚନା ପରେ ଗେଟ ଖୋଲାଯିବ ।

ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସରିବାକୁ ତଳିଆ ଅଞ୍ଚଳର ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଛି । ତେବେ କେତୋଟି ଗେଟ୍‌ ଖୋଲାଯିବ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଅବଗତ ହୋଇନାହିଁ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details