ଓଡିଶା

odisha

ETV Bharat / state

ନିଆରା ନିଦର୍ଶନ, ମହରମରେ ତାଜିଆ ତିଆରି କରେ ହିନ୍ଦୁ ପରିବାର - ହିନ୍ଦୁ ପରିବାରର ତାଜିଆ ପ୍ରସ୍ତୁତି

ଟଙ୍କା ପାଇଁ ନୁହେଁ ବରଂ ଭାଇଚାରାର ପରମ୍ପରା ବଞ୍ଚାଇବା ପାଇଁ ବେଶ ଖୁସି ଦୁର୍ଲ୍ଲଭ ରଣା ଓ ପରିବାର । ତାଙ୍କ ଜେଜେବାପାଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ଭାଇଚାରା, ପିଢିକ୍ରମେ ପରମ୍ପରାରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

brotherhood in moharam in sambalpur, sambalpur latest news, brotherhood in sambalpur, hindu family makes tazia, moharam in sambalpur, ସମ୍ବଲପୁରରେ ମହରମରେ ଭାଇଚାରା, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରରେ ଭାଇଚାରା, ହିନ୍ଦୁ ପରିବାରର ତାଜିଆ ପ୍ରସ୍ତୁତି, ସମ୍ବଲପୁରରେ ମହରମ
ଭାଇଚାରାର ନିଆରା ଦୃଶ୍ୟ; ଏଠି ମହରମରେ ତାଜିଆ ତିଆରି କରେ ହିନ୍ଦୁ ପରିବାର

By

Published : Aug 31, 2020, 1:21 PM IST

ସମ୍ବଲପୁର: ବର୍ତ୍ତମାନ ଦେଶରେ ଛୋଟ ଛୋଟ କଥାକୁ ନେଇ ଦେଖା ଦେଉଛି ସାମ୍ପ୍ରଦାୟିକ ଉତ୍ତେଜନା । ଯାହାକୁ ନେଇ ଦେଶରେ କ୍ରମାଗତ ଲାଗି ରହିଛି ସଂଘର୍ଷମୟ ପରିସ୍ଥିତି । ତେବେ ଏପରି ସ୍ଥିତିରେ ଏବେ ବି ସାମ୍ପ୍ରଦାୟିକ ସଦ୍‌ଭାବନାର ଉଦାହରଣ ସୃଷ୍ଟି କରୁଛି ଜିଲ୍ଲାର କୁମ୍ଭାରପଡାର ଏକ ହିନ୍ଦୁ ପରିବାର । ଏ ହେଉଛି ଦୁର୍ଲ୍ଲଭ ରଣାଙ୍କ ପରିବାର । ଯିଏ ଦୀର୍ଘ 80 ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ମୁସଲମାନମାନଙ୍କ ମହରମ ପର୍ବ ପାଇଁ ତାଜିଆ ନିର୍ମାଣ କରି ଆସୁଛି ।

ଭାଇଚାରାର ନିଆରା ଦୃଶ୍ୟ; ଏଠି ମହରମରେ ତାଜିଆ ତିଆରି କରେ ହିନ୍ଦୁ ପରିବାର

ମୁସଲମାନ ସମ୍ପ୍ରଦାୟର ବଳିଦାନର ପର୍ବ ହେଉଛି ମହରମ । ଆଉ ମହରମ ପର୍ବରେ ତାଜିଆ ଶୋଭାଯାତ୍ରା ବାହାରିବାର ରହିଛି ପୁରାତନ ପରମ୍ପରା । ହେଲେ ସମ୍ବଲପୁର ଜିଲ୍ଲାରେ ଏହି ମହରମର ରହିଛି ଏକ ସ୍ବତନ୍ତ୍ରତା । ଏଠାରେ କୁମ୍ଭାରପଡାର ଦୁର୍ଲ୍ଲଭ ରଣାଙ୍କ ପରିବାର ମହରାମ ପାଇଁ ତିଆରି କରନ୍ତି ତାଜିଆ। ପ୍ରତିବର୍ଷ ପରି ଏଥର ମଧ୍ୟ ସେ ତିଆରି କରିଛନ୍ତି ତାଜିଆ। ଏହାକୁ ନିର୍ମାଣ କରିବାରେ ତାଙ୍କର ସପରିବାର କାମ କରନ୍ତି । ଏହାକୁ ନିର୍ମାଣ କରିବାକୁ ତାଙ୍କୁ 20 ଦିନ ଲାଗିଥାଏ । ତେବେ ଏହି ପରମ୍ପରା ଦୁର୍ଲ୍ଲଭଙ୍କ ଜେଜେବାପା ଆରମ୍ଭ କରିଥିଲେ । ଆଉ ଏହି ପରମ୍ପରା ବର୍ତ୍ତମାନ ତୃତୀୟ ପିଢିରେ ପହଞ୍ଚିଛି । ଆଗକୁ ମଧ୍ୟ ତାଙ୍କର ଉତ୍ତରାଧିକାରୀମାନେ ଏହି ପରମ୍ପରାକୁ ବଜାୟ ରଖିବେ ବୋଲି କୁହନ୍ତି ଦୁର୍ଲ୍ଲଭଙ୍କ ପରିବାର।

ସେ ଏହି କାର୍ଯ୍ୟ ଟଙ୍କା ପାଇଁ କରନ୍ତି ନାହିଁ । ବରଂ ଯେଉଁ ପରମ୍ପରା ଅଛି ତାକୁ ବଜାୟ ରଖିବା ସହ ଏଥିରେ ତାଙ୍କର ଆସ୍ଥା ଜଡିତ ଅଛି ବୋଲି କୁହନ୍ତି ଦୁର୍ଲ୍ଲଭ। ଏହି ତାଜିଆ ନିର୍ମାଣ କଲେ ତାଙ୍କୁ ଆତ୍ମସନ୍ତୋଷ ମିଳିବା ସହ ବର୍ଷ ତମାମ ସବୁ ପରିବାର ବର୍ଗଙ୍କ ମଙ୍ଗଳ ହୋଇଥାଏ ଓ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ଏହି ପରିବାର ବିଶ୍ବାସ କରେ। ଏଥିପାଇଁ ତାଜିଆ ନିର୍ମାଣ ନେଇ ତାଙ୍କୁ ଯାହା ପାରିଶ୍ରମିକ ମିଳିଲେ ସେ ଖୁସି ବୋଲି କୁହନ୍ତି। ଅନ୍ୟପଟେ କୁମ୍ଭାରପଡା, ପେନସନ ପଡା ଓ ମୋତି ଝରଣ ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟରର ଲୋକେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ହିନ୍ଦୁ ପରିବାରକୁ ତାଜିଆ ନିର୍ମାଣରୁ ବିରତ କରି ନାହାନ୍ତି । ସେମାନେ ମଧ୍ୟ ଏହାକୁ ହିନ୍ଦୁ ମୁସଲମାନ ଭାଇଚାରାର ଏକ ପରମ୍ପରା ଭାବି ବଜାୟ ରଖିଛନ୍ତି।

ମୁସଲମାନ ସଂପ୍ରଦାୟର ଲୋକେ ମଧ୍ୟ ଏହି ପରମ୍ପରାକୁ ନେଇ ବହୁତ ଗର୍ବିତ ଓ ଖୁସି ବୋଲି କୁହନ୍ତି । ଆଗକୁ ମଧ୍ୟ ହିନ୍ଦୁ ମୁସଲମାନ ଭାଇଚାରାର ଏହି ପରମ୍ପରାକୁ ଏମିତି ବଜାୟ ରଖିବେ ବୋଲି ଉଭୟ ପକ୍ଷ ଅତି ଉତ୍ସାହର ସହ କୁହନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details