ଓଡିଶା

odisha

ETV Bharat / state

ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣାର ପର୍ଦ୍ଦାଫାସ, 9 ଗିରଫ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ରାସ୍ତା କରଙ୍ଗାମାଳ ଜଙ୍ଗଲରେ ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣା ଗତ ୯ ତାରିଖରେ ଘଟିଥିଲା । ଏହି ଡକାୟତି ଘଟଣାରେ ସମ୍ବଲପୁର ପୋଲିସ ୨ ଜଣ ମାଷ୍ଟରମାଇଣ୍ଡ ସହ ୯ ଜଣ ଡକାୟତଙ୍କୁ ଗିରଫ ହୋଇଛନ୍ତି ।

ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣାର ପର୍ଦ୍ଦାଫାସ, 9 ଗିରଫ
ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣାର ପର୍ଦ୍ଦାଫାସ, 9 ଗିରଫ

By

Published : Nov 19, 2020, 2:03 PM IST

ସମ୍ବଲପୁର: ଲାଇମୁରା ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣାରେ 9 ଡକାୟତ ଗିରଫ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ରାସ୍ତା କରଙ୍ଗାମାଳ ଜଙ୍ଗଲରେ ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣା ଗତ ୯ ତାରିଖରେ ଘଟିଥିଲା । ଏହି ଡକାୟତି ଘଟଣାରେ ସମ୍ବଲପୁର ପୋଲିସ ୨ ଜଣ ମାଷ୍ଟରମାଇଣ୍ଡ ସହ ୯ ଜଣ ଡକାୟତଙ୍କୁ ଗିରଫ କରିଥିବା ସମ୍ବଲପୁର ଏସପି କନୱର ବିଶାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେମାନଙ୍କ ଠାରୁ ନଗଦ ୧୦ ଲକ୍ଷ ଟଙ୍କା ଓ ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ସୂଚନା ଦିଆଯାଇଛି । ଏହାସହ ଡକାୟତିରେ ବ୍ୟବହାର ହୋଇଥିବା ଭୁଜାଲି ଜବତ ହୋଇଛି । ଡକାୟତି କରିଥିବା ଅଭିଯୁକ୍ତ ମାନେ ସୁନ୍ଦରଗଡ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାର ବୋଲି ପୋଲିସ ସୂଚନା ଦେଇଛି ।ଡକାୟତମାନଙ୍କ ଠାରୁ ପୋଲିସ ୫ଟି ବାଇକ ସହ ଗୋଟିଏ କାର ପୋଲିସ ଜବତ କରିଛି ।

ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣାର ପର୍ଦ୍ଦାଫାସ, 9 ଗିରଫ

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ତିନୋଟି ବାଇକରେ ୬ ଲୁଟେରା ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍କକୁ ଯାଉଥିବି କ୍ୟାସ ଭ୍ୟାନରୁ ୩୫ଲକ୍ଷ ୪୧ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଡକାୟତମାନଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା ।

ଡକାୟତମାନଙ୍କୁ 5 ଦିନିଆ ରିମାଣ୍ଡରେ ଅଣାଯିବା ସହ କ୍ରାଇମସିନ ରିକ୍ରିଏଟ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details