ଓଡିଶା

odisha

ETV Bharat / state

ଜାତୀୟ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚତତା

ଅନିଶ୍ଚତତା ଭିତରେ ଜାତୀୟ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମ। ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ଦାବି ପୂରଣ ପାଇଁ ଏବେ ରାଜରାସ୍ତାକୁ ଓହ୍ଲାଇ ଥିବା ବେଳେ ଆଗକୁ ହେବାକୁ ଥିବା ଜାତୀୟ କୃମିନାଶକ ଓ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ପ୍ରଶ୍ନଉଠିଛି।

By

Published : Feb 6, 2019, 11:56 PM IST

Updated : Feb 9, 2019, 5:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଭୁବନେଶ୍ୱର: ଆଗକୁ ଜାତୀୟ କୃମିନାଶକ ଓ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମ । ହେଲେ ଏହି କାର୍ଯ୍ୟ ସୂଚାରୁ ରୂପରେ ହେବ ନାଁ ତାକୁ ନେଇ ଦେଖାଦେଇଛି ସନ୍ଦେହ। କାରଣ ଏହି କାର୍ଯ୍ୟକୁ ପରିଚାଳନା କରୁଥିବା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ଏବେ ରାଜରାସ୍ତାରେ । ନିୟମିତ ଦରମା, ମେଡିକାଲ ସୁବିଧା ଭଳି ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ସେମାନେ ଧାରଣା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ବ୍ୟବସ୍ଥା କରିବା, ଦରମା ବୃଦ୍ଧି ଯଦି ଆଗାମୀ ଦିନରେ କରାନଯାଏ ତାହାଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି କର୍ମଚାରୀ ସଂଘ।

ଯଦି ଏହି ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ଆଗକୁ ଏଭଳି ଧାରଣାରେ ବସି ରୁହନ୍ତି ତେବେ ଚଳିତ ବର୍ଷ ହାରାହାରି 80 ଲକ୍ଷରୁ ଊର୍ଦ୍ଧ୍ଵ ଶିଶୁ କୃମି ଔଷଧ ଖାଇବାରୁ ବଞ୍ଚିତ ହେବେ। ଏଥିସହ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମ କିପରି ହେବେ ତାଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Feb 9, 2019, 5:35 PM IST

ABOUT THE AUTHOR

...view details