ଓଡିଶା

odisha

ETV Bharat / state

ମହାସମସ୍ୟା ଘେରରେ ମହନଗରରେ ମିଶିଥିବା 12 ପଞ୍ଚାୟତ - twelve panchyat inhabitant neglected

ସମ୍ବଲପୁର ସହର 2014 ମସିହାରୁ ମହାନଗରର ମାନ୍ୟତା ପାଇଲା। ସେତେବେଳେ ସମ୍ବଲପୁର ମ୍ୟୁନିସିପାଲିଟି, ହୀରାକୁଦ ଓ ବୁର୍ଲା ଏନଏସି ସହ ଧନକଉଡା ଓ ମାନେଶ୍ୱର ବ୍ଳକର 12 ଟି ପଞ୍ଚାୟତକୁ ମିଶାଇ ସମ୍ବଲପୁର ମହାନଗର ଘୋଷଣା କରାଗଲା । ଏବେ ସମ୍ବଲପୁର ମହାନଗର ନିଗମରେ ମିଶିଥିବା ଏହି ନୂତନ 12 ପଞ୍ଚାୟତବାସୀ ନାନାଦି ସମସ୍ୟା ଘେରରେ ରହିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 2, 2020, 10:51 PM IST

ସମ୍ବଲପୁର: ମହାନଗର ଭିତରେ ରହି ମହାନଗରୀୟ ସୁବିଧାରୁ ବଞ୍ଚିତ ପାଖପାଖି 50 ହଜାର ଲୋକ। ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନୂତନ ଭାବେ ସମ୍ବଲପୁର ମହାନଗରରେ ଅନ୍ତର୍ଭୁକ୍ତ ହୋଇଥିବା 12 ଟି ପଞ୍ଚାୟତର ପ୍ରାୟ 50 ହଜାର ଲୋକ। ଦୀର୍ଘ 7 ବର୍ଷ ହେଲା ଏମିତି ଅଡ଼ୁଆ ପରିସ୍ଥିତିରେ ଗତି କରୁଛନ୍ତି ଏହି ଲୋକମାନେ। 2014 ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁରକୁ ଏକ ମହାନଗର ମାନ୍ୟତା ମିଳିବା ପରେ ଏହି 12 ଟି ପଞ୍ଚୟତର ଲୋକେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ରହି ଆସୁଛନ୍ତି ।

ମହାସମସ୍ୟା ଘେରରେ ମହନଗରର ମିଶିଥିବା 12 ପଞ୍ଚାୟତ ବାସୀ
ସମ୍ବଲପୁର ସହର 2014 ମସିହାରୁ ମହାନଗରର ମାନ୍ୟତା ପାଇଲା। ସେତେବେଳେ ସମ୍ବଲପୁର ମ୍ୟୁନିସିପାଲିଟି, ହୀରାକୁଦ ଓ ବୁର୍ଲା ଏନଏସି ସହ ଧନକଉଡା ଓ ମାନେଶ୍ୱର ବ୍ଳକର 12 ଟି ପଞ୍ଚାୟତକୁ ମିଶାଇ ସମ୍ବଲପୁର ମହାନଗର ଘୋଷଣା କରାଗଲା । ସେତେବେଳେ ମହାନଗରର ଜନସଂଖ୍ୟା 3 ଲକ୍ଷ ଥିଲା। ନୂତନ ଭାବେ ମହାନଗରରେ ସମ୍ମିଶ୍ରିତ ହୋଇଥିବା 12 ଟି ପଞ୍ଚାୟତର ପ୍ରାୟ 50 ହଜାର ଲୋକ ସହରୀ ସୁବିଧା ସୁଯୋଗ ପାଇବା ଆଶାରେ ବହୁତ ଖୁସି ଥିଲେ। ତେବେ ତାଙ୍କର ଆଶା ଆଜି ପର୍ଯ୍ୟନ୍ତ ଆଶାରେ ହିଁ ରହିଗଲା। ସମ୍ବଲପୁର ମହାନଗରର ୱାର୍ଡ ପୁନର୍ଗଠନ ନେଇ ଆରମ୍ଭରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହେବାରୁ ମହାନଗର ନିର୍ବାଚନରେ ରହିତାଦେଶ ଲାଗିଗଲା। ଫଳରେ ଆଜି ପର୍ଯ୍ୟନ୍ତ ମହାନଗର ନିର୍ବାଚନ ହୋଇପାରିନି। ଫଳରେ ନୂତନ ଭାବେ ସାମିଲ ହୋଇଥିବା ଲୋକଙ୍କୁ ପାନୀୟ ଜଳ, ଲାଇଟ, ଶୌଚାଳୟ,ସଡକ ଆଦି ସାମାନ୍ୟ ସୁବିଧା ବି ମିଳିପାରୁନି। ପୂର୍ବରୁ ବ୍ଲକ ଅଧୀନରେ ଥିବା ସମୟରେ ଯେଉଁ ସୁବିଧା2 ସୁଯୋଗ ମିଳୁଥିଲା ସେତିକି ବି ଏବେ ମିଳୁନଥିବା କହୁଛନ୍ତି ସ୍ଥାନୀୟ ଲୋକେ। କୌଣସି ସମସ୍ୟା ହେଲେ ମ୍ୟୁନସିପାଲଟି ଅଫିସକୁ ଲୋକେ ଦୌଡ଼ି ଦୌଡ଼ି ଥକିଗଲେ ମଧ୍ୟ କିଛି ସମସ୍ୟାର ସମାଧାନ ହେଉନାହିଁ।ଦୀର୍ଘ 6 ବର୍ଷ ହୋଇଗଲା ଏପରି ଭାବେ ଲୋକମାନେ ଅତି ଅବହେଳିତ ହୋଇ ବଞ୍ଚି ଆସୁଛନ୍ତି । ତେବେ ଏହି ମାମଲା କୋର୍ଟ ରେ ବିଚାରାଧୀନ ଥିବାରୁ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଏନେଇ ମୁହଁ ଖୋଲିବାକୁ ନାରାଜ। ଲୋକ ମନେ ଛୋଟରୁ ଛୋଟ ସମସ୍ୟା ପାଇଁ ସ୍ଥାନୀୟ ବିଧାୟକଙ୍କ ପାଖକୁ ଦୌଡୁଛନ୍ତି। ଏନେଇ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ ପୌର ନିର୍ବାଚନ ନହେବାରୁ ଏମିତି ସମସ୍ୟା ଲାଗିରହିଛି । ତେଣୁ ରାଜ୍ୟ ସରକାର ହାଇକୋର୍ଟଙ୍କ ରହିତାଦେଶ କିପରି ଉଠିବ ଓ ପୌର ନିର୍ବାଚନ ହୋଇପାରିବ ସେନେଇ ତତ୍ପର ହେବା ଉଚିତ ବୋଲି ସେ କହିଛନ୍ତି ।ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କ ଜାଣିଶୁଣି ମହାନଗର ନିଗମର ନିର୍ବାଚନ କରେଇ ଦେଉ ନାହାନ୍ତି ବୋଲି ରାଜନୀତି ବିଶ୍ଲେଷକ କୁହନ୍ତି। ତେବେ ଅତି ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଆସୁଛି ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details