ଓଡିଶା

odisha

By

Published : Jun 13, 2019, 11:24 PM IST

ETV Bharat / state

ପଙ୍କରୁ ଫୁଟିଲା ପଦ୍ମ, NEET ପରୀକ୍ଷାରେ ଗରିବ ଆଦିବାସୀ ଛାତ୍ରୀ କୃତକାର୍ଯ୍ଯ

ପଙ୍କରୁ ପଦ୍ମ ଫୁଟିଲା ଭଳି ସମ୍ବଲପୁର ଜିଲ୍ଲାର ରଜନୀ ମୁଣ୍ଡା ସବୁ ବାଧାବିଘ୍ନ ସତ୍ତ୍ୱେ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ମନରେ ଆତ୍ମବିଶ୍ୱାସ ଓ ଦୃଢ ଇଛାଶକ୍ତି ଥିଲେ ହାର ମାନି ଥାଏ ସବୁପ୍ରକାର ପ୍ରତିବନ୍ଧକ। ଏହା ପ୍ରମାଣିତ କରିଛନ୍ତି ସମ୍ବଲପୁର ଚାରଭାଟି ଅଞ୍ଚଳର ଆଦିବାସୀ ଗରିବ ଝିଅ ରଜନୀ ମୁଣ୍ଡା । ତାଙ୍କ ମା ପର ଘରେ ମୂଲ ଲାଗି ଦୁଇ ପଇସା ରୋଜଗାର କରୁଥିବା ବେଳେ ସେ ନିଜ ପରିଶ୍ରମ ବଳରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଟ (National eligibility and Entrance test) ପରୀକ୍ଷାରେ ଏସଟି ବର୍ଗରେ ସର୍ବ ଭାରତୀୟ ସ୍ଥରରେ 1303 ରାଙ୍କ ରଖି ପରିବାର ପାଇଁ ଗୌରବ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ପଙ୍କରୁ ପଦ୍ମ ଫୁଟିଲା ଭଳି ରଜନୀ ସବୁ ବାଧା ବିଘ୍ନ ସତ୍ତ୍ୱେ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । କଟକ କିମ୍ବା ସମ୍ବଲପୁରରେ ମେଡିକାଲ ପାଠ ପଢି ସେ ଚକ୍ଷୁ ଡାକ୍ତର ହେବାକୁ ଚାହାନ୍ତି । ସମ୍ବଲପୁର ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନରେ ପାସ ହେବା ପରେ ସେ ଗୋଟିଏ ବର୍ଷର ପ୍ରସ୍ତୁତି କରିଥିଲେ ରଜନୀ । ଏହାପରେ ନିଟ ପରୀକ୍ଷା ଦେଇ ପ୍ରଥମ ଥରରେ ହିଁ ସଫଳତା ହାସଲ କରିଛନ୍ତି । ତେବେ ତାଙ୍କର ସଫଳତାର ରାସ୍ତା ଏତେ ସହଜ ନଥିଲା । 2005-06ରେ ତାଙ୍କ ବାପା ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମା ସବିତାଙ୍କ ମୁଣ୍ଡ ଉପରେ ପଡିଥିଲା 4 ଝିଅଙ୍କ ପାଳନ ପୋଷଣ କରିବା ଦାୟିତ୍ବ ।

ସେ ହାର ନମାନି ଅନ୍ୟ ଲୋକଙ୍କ ଘରେ ମଜୁରୀ କାମ କରି 3 ଝିଅଙ୍କୁ ପାଳିବା ସହ ହଷ୍ଟେଲରେ ରଖି ପାଠ ପଢାଇ ଥିଲେ । ରାଜନୀଙ୍କ ଘର ସମ୍ବଲପୁର ଜିଲ୍ଲା ପରମାନପୁର ଅଞ୍ଚଳର ବାରଡୁମ୍ବରିରେ ହୋଇଥିବା ବେଳେ ସେମାନେ ସମ୍ବଲପୁର ଚାରଭାଟି ଅଞ୍ଚଳରର ଏକ ବଖରା ବିଶିଷ୍ଟ ଖପର ଘରେ ଭଡ଼ାରେ ରୁହନ୍ତି । ମା ପ୍ରତ୍ୟକ ଦିନ ଅନ୍ୟ ଲୋକଙ୍କ ଘରେ ବାସନ ମାଜି ପରିବାର ଚଳାଉଥିବା ବେଳେ କିଛି ଦିନ ପାଇଁ ରଜନୀ ମଧ୍ୟ ଗୋଲ ବଜାରର ଏକ କପଡ଼ା ଦୋକାନରେ କାମ କରିଛନ୍ତି।


ଯୁକ୍ତ 2 ବିଜ୍ଞାନରେ 53 ପ୍ରତିଶତ ନମ୍ବର ରଖି ପାସ ହେବା ପରେ ସେ ମାତ୍ର ଗୋଟିର ବର୍ଷର ଚେଷ୍ଟା ପରେ ଏହି ସଫଳତା ପାଇଥିବାରୁ ଏବେ ରାଜନୀଙ୍କୁ ବହୁ ଶୁଭେଚ୍ଛା ମିଳୁଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details