ସମ୍ବଲପୁର:ଶେଷ ହୋଇଛି ହନୁମାନ ନିଉତା ନୀତି । ଏହାକୁ ନିମନ୍ତ୍ରଣ ବା ଗୁଣ୍ଡା ମଧ୍ୟ କୁହାଯାଏ । ଆଜି(ମଙ୍ଗଳବାର) ଧରାପୃଷ୍ଟରେ ଦେବେଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହେବ ।
ସୋମବାର ରାତିରେ ସମ୍ବଲପୁରର ପ୍ରମୂଖ ଯାତ୍ରା କମିଟି ଯଥା ଝାଡୁଆପଡା, ମୁଦିପଡା, ବଡ଼ବଜାର,ଠାକୁରପଡା,ବୁଢ଼ାରାଜା,ଦୁର୍ଗାପାଲି ଆଦି କମିଟିର ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଛି । ତେବେ ଏଥର କୋଭିଡ କଟକଣା ଯୋଗୁଁ କମ ଲୋକଙ୍କ ମଧ୍ୟରେ ଏହା ସମ୍ପନ୍ନ ହୋଇଛି । ପରମ୍ପରା ମୁତାବକ ଦେବ ବିବାହର ନିମନ୍ତ୍ରଣ ଦେବାକୁ ଭଗବାନ ହନୁମାନ ବାହାରି ଥିଲେ । ମନ୍ଦିରରୁ ବାହାରିବା ପୂର୍ବରୁ ପାରମ୍ପରିକ ରୀତି ନୀତି ଅନୁସାରେ ହନୁମାନଙ୍କ ପୂଜାର୍ଚ୍ଚନା ଓ ଆଳତି ହୋଇଥିଲା । ଏହା ପରେ ଭଗବାନ ହନୁମାନ ସହରର ସମସ୍ତ ଦେବାଦେବୀ ମନ୍ଦିରରେ ଦେବ ବିବାହ ପାଇଁ ନିମନ୍ତ୍ରଣ ଦିଆଯାଇଛି ।