ଓଡିଶା

odisha

ETV Bharat / state

ନୂଆ ପ୍ରୟାସ; ସ୍ବଚ୍ଛ ହେବ ସମ୍ବଲପୁର, ହାତ ମିଳାଇଲେ ପ୍ରଶାସନ-ଜନତା - ସ୍ବଚ୍ଛତାକୁ ନେଇ ସଚେତନତା

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସରେ ପ୍ରତ୍ୟେକ ବର୍ଗର ଲୋକ ପ୍ରତ୍ୟେକ ଦିନ ସକାଳ ସମୟରେ ସାମିଲ ହେଉଛନ୍ତି । ଅଧିକ ପଢନ୍ତୁ...

Efforts to clean the city of Sambalpur
ସହରକୁ ସ୍ବଚ୍ଛତା କରିବାକୁ ପ୍ରୟାସ, ସଫେଇ କାର୍ଯ୍ୟରେ ସ୍ବେଚ୍ଛାସେବୀ ଓ ସାଧାରଣ ଲୋକ ସାମିଲ

By

Published : Dec 3, 2020, 6:24 PM IST

ସମ୍ବଲପୁର: ସ୍ବଚ୍ଛତାକୁ ନେଇ ଚାରିଆଡେ ସଚେତନତା । ପ୍ରଧାନମନ୍ତ୍ରୀଙ୍କଠାରୁ ନେଇ ଅଭିନେତା ସମସ୍ତେ ସ୍ବଚ୍ଛତା ଅଭିଯାନରେ ସାମିଲ । ଜାତୀୟ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୧୯ ଅନୁସାରେ, ସ୍ବଚ୍ଛତା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ରହିଛି ୧୭ ନମ୍ବରରେ । ଆଉ ଏହି ତାଲିକା ଭିତରେ ରହିଛି ରାଜ୍ୟର ୯ଟି ସହର । ସେ ମଧ୍ୟରୁ ସମ୍ବଲପୁର ଟାଉନ ଅନ୍ୟତମ । ସମ୍ବଲପୁର ମହାନଗର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର । ଯାହାର ଶିକ୍ଷା ,ସ୍ବାସ୍ଥ୍ୟ, ପ୍ରଶାସନିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ରହିଛି ସ୍ବତନ୍ତ୍ର ପରିଚୟ । କିନ୍ତୁ ଏହାର ସ୍ଵଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଏଠି ରାସ୍ତାଘାଟ ବିପର୍ଯ୍ୟସ୍ତ । ନାଳ ନର୍ଦ୍ଦମାର ଅବସ୍ଥା ଠିକ୍‌ ନାହିଁ । ସବୁଠି କୁଢ଼ କୁଢ଼ ଅଳିଆ । ଆଉ ଏଥିପାଇଁ ଦାୟୀ କରାଯାଇଛି ମହାନଗର ନିଗମକୁ ।

ନୂଆ ପ୍ରୟାସ; ସ୍ବଚ୍ଛ ହେବ ସମ୍ବଲପୁର, ହାତ ମିଳାଇଲେ ପ୍ରଶାସନ-ଜନତା

ସମ୍ବଲପୁର ସହର, ବୁର୍ଲା, ହୀରାକୁଦ ଓ 12 ଟି ପଞ୍ଚାୟତକୁ ନେଇ ଗଠିତ ସମ୍ବଲପୁର ମହାନଗର ନିଗମ । ଏଥିରେ ରହିଛି 41 ଟି ୱାର୍ଡ । ଆଉ ଏହାର ଜନସଂଖ୍ୟା ପାଖାପାଖି 4 ଲକ୍ଷ । କିନ୍ତୁ ଏହାର ସ୍ଵଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ସବୁବେଳେ ଉଠିଥାଏ ପ୍ରଶ୍ନ । ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସରେ ପ୍ରତ୍ୟେକ ବର୍ଗର ଲୋକ ପ୍ରତ୍ୟେକ ଦିନ ସକାଳ ସମୟରେ ସାମିଲ ହେଉଛନ୍ତି। ସଫେଇ କର୍ମଚାରୀ ମାନଙ୍କୁ ମାସ୍କ, ହ୍ୟାଣ୍ଡ ଗ୍ଲୋବସ, ଜେକେଟ ସହ ସମସ୍ତ ପ୍ରକାର କୀଟସ ଯୋଗେଇ ଦିଆଯାଇଛି।

ତେବେ ଏହି ସଫେଇ କାର୍ଯ୍ୟରେ ସାଧାରଣ ଜନତା, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉଛି। ସହରର ଆପହଞ୍ଚ ସ୍ଥାନ ତଥା ଅଧିକ ଅପରିଷ୍କାର ଥିବା ସ୍ଥାନ ଗୁଡିକରେ ପ୍ରତ୍ୟେକ ଦିନ ମହାନଗର ନିଗମର ସ୍ୱତନ୍ତ୍ର ଟିମ ଯାଇ ସଫେଇ କର୍ମଚାରୀ, ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରି ସଫେଇ କାର୍ଯ୍ୟ କରୁଛି। ଆଉ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ଦିନ ଦିଆଯାଉଛି ପ୍ରମାଣପତ୍ର । ଏହା ସହ ସାଧାରଣ ଲୋକ ଓ ସ୍ବେଚ୍ଛାସେବୀ ଏହି କର୍ଯ୍ୟରେ ସାମିଲ ହେବା ଫଳରେ ସ୍ୱଚ୍ଛତା ନେଇ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ବଢୁଛି । ତେବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସଫେଇର ଏହି ଅଭିନବ ପ୍ରୟାସକୁ ଏବେ ସ୍ବାଗତ କରିଛନ୍ତି ସହରବାସୀ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details