ଓଡିଶା

odisha

ETV Bharat / state

ସେଲର ସାଜିଲେ ଚୋର , ପାର୍ସଲ ଭିତରେ ଭରୁଥଲେ ପଥର

ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହରଣ ହେଉଥିଲା ସାମଗ୍ରୀ । ଚତୁରତାର ସହିତ ହେଉଥିଲା ଚୋରି । ପୁଣି ଚୋରି କରୁଥିଲେ ଦାୟିତ୍ବରେ ଥିବା ସେଲ୍ସ ମ୍ୟାନ । ଅନଲାଇନ ମଗାଯାଇଥିବା ସାମଗ୍ରୀକୁ ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅତି ଚାଲାକର ସହ ଚୋରି କରୁଥିବା ଅଭିଯୋଗରେ ସମ୍ବଲପୁର ଅଇଁଠାପାଲି ପୋଲିସ 3 ଜଣଙ୍କୁ ଗିରଫ କରିଛି।

By

Published : May 5, 2019, 3:05 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହରଣ ହେଉଥିଲା ସାମଗ୍ରୀ । ଚତୁରତାର ସହିତ ହେଉଥିଲା ଚୋରି । ପୁଣି ଚୋରି କରୁଥିଲେ ଦାୟିତ୍ବରେ ଥିବା ସେଲ୍ସ ମ୍ୟାନ । ଏକ ଅନଲାଇନ ଡେଲିଭର କମ୍ପାନୀ ଠାରୁ ଅନଲାଇନ ମଗାଯାଇଥିବା ସାମଗ୍ରୀକୁ ଗ୍ରାହକ ପାଖରେ ପହଞ୍ଚିବା ପୂର୍ବରୁ ଅତି ଚାଲାକିର ସହ ଚୋରି କରୁଥିବା ଅଭିଯୋଗରେ ସମ୍ବଲପୁର ଅଇଁଠାପାଲି ପୋଲିସ 3 ଜଣଙ୍କୁ ଗିରଫ କରିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

ଆଉ ସବୁଠାରୁ ବଡ଼ କଥା ହେଲା ଏଠାରେ ଚୋର ହେଉଛନ୍ତି ସେହି ମାନେ ଯେଉଁମାନେ କମ୍ପାନୀର ସାମଗ୍ରୀକୁ ଗ୍ରାହକଙ୍କ ଘରେ ପହଞ୍ଚାଇବାର ଦାୟିତ୍ୱରେ ଥିଲେ। ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ ଜିଲ୍ଲାର ଇଟାମାଟି ଥାନା ଅନ୍ତର୍ଗତ ସୁକାନ୍ତ କୁମାର ମହାରଣା ଓ ବସନ୍ତ କୁମାର ଜେନା । ଉଭୟ ଅଭିୟୁକ୍ତ କମ୍ପାନୀକୁ ସେବା ଯୋଗାଉଥିବା କମ୍ପାନୀର ଡ୍ରାଇଭର ଭବେ କାମ କରୁଥଲେ।
ସମ୍ବଲପୁର ସଦର ଏସଡିପିଓ ଏକ ସାମ୍ବାଦିକ ସମ୍ବିଳନୀରେ ଏନେଇ ସୂଚନା ଦେଇଛନ୍ତି।

ତେବେ କମ୍ପାନୀ ପକ୍ଷରୁ ଆସୁଥିବା ସାମଗ୍ରୀର ପାର୍ସଲ ଗ୍ରାହକ ପାଖକୁ ପହଞ୍ଚିବା ପୂର୍ବରୁ ଏମାନେ ପାର୍ସଲ ଖୋଲି ସେଥରେ ଥିବା ସାମଗ୍ରୀ ଚୋରି କରି ପାର୍ସଲ ଭିତରେ ପଥର ଭରି ପୁଣି ପାର୍ସଲକୁ ପ୍ୟାକ କରି ଗ୍ରାହକଙ୍କୁ ଦେଉଥିଲେ। ଗତ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଏମିତି ବହୁତ ଚୋରି ହେବାରୁ ଗତ ଏପ୍ରିଲ 19 ତାରିଖରେ କମ୍ପାନୀର ଅଧିକାରୀ ରଞ୍ଜନ କୁମାର ମିଶ୍ର ଅଇଁଠାପାଲି ଥାନାରେ ଏତଲା ଦେଇଥିଲେ।

ପରେ ଏକ ସ୍ଵତନ୍ତ୍ର ଟିମ ଏହି 2 ଜଣ ଅଭିଯୁକ୍ତ ସହ ଚୋରି ସାମଗ୍ରୀ କିଣିଥିବା ଅନୁଗୋଳର ଆଉ ଜଣେ ମୋବାଇଲ ଦୋକାନୀକୁ ଗିରଫ ହୋଇଛି। ଏମାନଙ୍କ ଠାରୁ 5 ଲକ୍ଷ ଟଙ୍କାର 17 ଟି ମୋବାଇଲ ଫୋନ ଜବତ ହୋଇଛି ବୋଲି ଏସଡିପିଓ କହିଛନ୍ତି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details