ଓଡିଶା

odisha

ETV Bharat / state

ଉଦ୍ୟମ ବଳେ ସର୍ବସିଦ୍ଧି: ଚା’ ବିକାଳିଙ୍କ ପୁଅ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ

ନିଃସ୍ବଙ୍କ ପାଇଁ କଠିନ ପରିଶ୍ରମ ସର୍ବସ୍ବ । ଏହାକୁ ସତ କରି ଦେଖାଇଛନ୍ତି ବିକାଶ ସେଠ୍‌ । ଏକ ନିମ୍ନ ମଧ୍ୟବିତ୍ତ ପରିବାର ଆଉ ଚା ବିକାଳିଙ୍କ ପୁଅ ଅଭାବ, ଅନଟନକୁ ପରାଜିତ କରି ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ନିଟ୍‌)ରେ ବିଜୟ ଲାଭ କରି ଡାକ୍ତର ହେବ ।

By

Published : Jun 7, 2019, 11:21 PM IST

ଡିଜାଇନ ଫଟୋ

ସମ୍ବଲପୁର: ସ୍ବପ୍ନ ମୂଲ୍ୟବାନ, ଶସ୍ତା ନୁହେଁ । ଗରିବୀ ସଫଳ ହେବା ପାଇଁ ବାଧକ ନୁହେଁ କି ଦୁଃଖ ସବୁ କିଛି ଧୋଇ ଦିଏନା । ନିଃସ୍ବଙ୍କ ପାଇଁ କଠିନ ପରିଶ୍ରମ ସର୍ବସ୍ବ । ଏହାକୁ ସତ କରି ଦେଖାଇଛନ୍ତି ବିକାଶ ସେଠ୍‌ । ଏକ ନିମ୍ନ ମଧ୍ୟବିତ୍ତ ପରିବାର ଆଉ ଚା ବିକାଳିଙ୍କ ପୁଅ ଅଭାବ, ଅନଟନକୁ ପରାଜିତ କରି ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ନିଟ୍‌)ରେ ବିଜୟ ଲାଭ କରି ଡାକ୍ତର ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବିକାଶ ସେଠ୍‌, ପିତା ଦିଲିପ ସେଠ । ମୁଣ୍ଡ ଗୁଞ୍ଜିବା ପାଇଁ ରହିଛି ସମ୍ବଲପୁର ବଡ ବଜାର ଅମରି ପଡା ବସ୍ତିରେ ଦୁଇ ବଖରା ଦଦରା, ଦରଭଙ୍ଗା ଆଜବେଷ୍ଟସ ଉପରେ ଠିଆ ହୋଇଥିବା ଘର । ସମେଲେଶ୍ବରୀ ମନ୍ଦିର ନିକଟରେ ଏକ ଠେଲାରେ ସକାଳ ସଂଧ୍ୟାରେ ଚା' ବିକି ଦି ପଇସା ରୋଜଗାର କରି ପରିବାର ପୋଷନ୍ତି ବାପା । ଘରର ଆର୍ଥିକ ଅବସ୍ଥା ଠିକ ନଥିଲେ ମଧ୍ୟ ନିଜ ସ୍ବପ୍ନକୁ ଅଧାରେ ଛାଡି ଦେଇ ନାହାଁନ୍ତି ବିକାଶ । ଚାରିଥର ନିଟ୍‌ ପରୀକ୍ଷାରେ ଅସଫଳ ହେବା ପରେ ୫ମ ପ୍ରୟାସରେ ସେ କୃତକାର୍ଯ୍ୟ ହୋଇଛନ୍ତି । ଏବେ ଚା’ ବିକାଳିର ପୁଅ ଡାକ୍ତର ହେବ, କଥା ଶୁଣିଲେ ଖୁସିରେ କାନ୍ଦକାନ୍ଦ ବିକାଶଙ୍କ ମାବାପା । ଚଳିତ ନିଟ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩୫୬୪ ମାନ୍ୟତା ପାଇଥିବାରୁ ସେ ବୁର୍ଲା ଭିମସାରରେ ଅଡମିସନ ପାଇବେ ବୋଲି ଆଶା କରାଯାଉଛି ।

ବିକାଶଙ୍କ ମା' ପଞ୍ଚମ ଓ ବାପା ଦଶମ ଯାଏ ପାଠ ପଡିଛନ୍ତି । ପୁଅକୁ ଡାକ୍ତରୀ ପଢେଇଵା ପାଇ ସେମାନେ ଯେମିତି ହେଲେ ଉଦ୍ୟମ କରିବେ ବୋଲି କହିଛନ୍ତି । ବିକାଶ ସିଏସବି ଜିଲ୍ଲା ସ୍କୁଲ ଓ ଗଙ୍ଗା ଧର ମେହେର କନିଷ୍ଠ ମହାବିଦ୍ୟାଳୟରେ ପଢିବା ସମୟରୁ ମେଧାବୀ ଓ ପରିଶ୍ରମି ଥିଲେ । ବିଭିନ୍ନ ସମୟରେ ଅଭାବ ଅନଟନ ଚଲୁଥିବା ସମୟରେ ସେ ଅନ୍ୟଠୁ ବହି ମାଗି ପାଠ ପଢୁଥିଲେ । ବର୍ତ୍ତମାନ ନିଟ୍‌ ପରୀକ୍ଷାରେ ତାଙ୍କର ସଫଳତା ପାଇ ବେଶ ଖୁସି ଅଛନ୍ତି ।

ପିଲା ବେଳୁ ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ପାଠ ପଢି ବିକାଶ ମାଟ୍ରିକ ରେ ୭୫ ପ୍ରତିଶତ ଓ ଯୁକ୍ତ ୨ ବିଜ୍ଞାନରେ ୭୩ ପ୍ରତିଶତ ରଖିଥିଲେ । ଏହା ପରେ ନିଟ୍ ପାଇଁ ସେ କୋଚିଙ୍ଗ ମଧ୍ୟ ନେଇଥିଲେ । ତେବେ ଡାକ୍ତର ହେବା ପାଇ ଦୃଢ ସଙ୍କଳ୍ପ କରିଥିବା ବିକାଶ ଚାରିଥର ନିଟ ପରୀକ୍ଷାରେ ଅସଫଳ ହେବା ପରେ କେବେ ବି ନିରାଶ ହୋଇ ନ ଥିଲେ । ଶେଷରେ ସେ ୫ମ ପ୍ରୟାସରେ ସେ ନିଟ୍‌ରେ ସଫଳ ହୋଇଛନ୍ତି । ତାଙ୍କର ଏହି ସଫଲତା ପାଇ ବାପା, ମାଁ ବିକାଶ ଙ୍କ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି କୁ ଶ୍ରେୟ ଦେଇଛନ୍ତି ।

ଚା ବିକାଳିଙ୍କ ପୁଅ ଚର୍ଚ୍ଚାରେ ଏବେ ସବୁ ଖବର କାଗଜରେ ଶିରୋନାମାରେ ସ୍ଥାନ ପାଇଛି । ସେଥିପାଇଁ ତ କୁହାଯାଉଛି ମଣିଷର ଯଦି ଲକ୍ଷ ମଜଭୁତ ଥିବ ତାହେଲେ ସେ ସବୁ କଠିନ ସମୟକୁ ପାର କରି ସ୍ବପ୍ନକୁ ପୁରଣ କରିପାରିବ I

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରାଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details