ସମ୍ବଲପୁର: ସିଣ୍ଡିକେଟ ବ୍ୟାଙ୍କ ଠକେଇ ଘଟଣାରେ 2 ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉଠେଇନେଲା ଇଓଡବ୍ଲୁ । ଭୁବନେଶ୍ବରର ଅର୍ଥନୈତିକ ଅପରାଧ ଶାଖା ଏକ ସ୍ବତନ୍ତ୍ର ଟିମ ଆସି ବୁର୍ଲାରୁ 2 ଜଣ ସିଣ୍ଡିକେଟ ବ୍ୟାଙ୍କର ପୂବତନ କର୍ମଚାରୀଙ୍କୁ ଉଠେଇ ନେଇଛି।
ସିଣ୍ଡିକେଟ ବ୍ୟାଙ୍କ ଠକେଇ ଘଟଣା, 2 ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉଠାଇନେଲା ଇଓଡବ୍ଲୁ
ବୁର୍ଲା ସିଣ୍ଡିକେଟ ବ୍ୟାଙ୍କ ଠକେଇ ଘଟଣା । ଭୁବନେଶ୍ବରର ଅର୍ଥନୈତିକ ଅପରାଧ ଶାଖା ଏକ ସ୍ବତନ୍ତ୍ର ଟିମ ଆସି ବୁର୍ଲାରୁ 2 ଜଣ ସିଣ୍ଡିକେଟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉଠେଇ ନେଇଛି ।
ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର
ସମ୍ବଲପୁର ଜିଲ୍ଲା ବୁର୍ଲା ସିଣ୍ଡିକେଟ ବ୍ୟାଙ୍କରେ ଠକେଇ ଘଟଣାର ଅଭିଯୋଗରେ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାସ ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ମରିଆନସ ଲାକ୍ରାଙ୍କୁ ଇଓଡବ୍ଲୁ ଉଠେଇ ନେଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟ ସରକାରଙ୍କ କୃଷି ଋଣ ସ୍କିମ 196 ଜଣ ହିତାଧିକାରୀଙ୍କ ନାଁରେ 1 କୋଟି 96 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ସେମାନଙ୍କୁ ଜିଲ୍ଲା ଏସଡିଜିଏମ କୋର୍ଟରେ ହାଜର କରି ନିଜ ହେପାଜତକୁ ନେଇଛି ଇଓଡବ୍ଲୁ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ