ଓଡିଶା

odisha

ETV Bharat / state

ବୁର୍ଲା ମେଡିକାଲ କଲେଜରେ ଉନ୍ନୟନ କମିଶନରଙ୍କ ସମୀକ୍ଷା ବୈଠକ

ଉନ୍ନୟନ ଆୟୁକ୍ତ ସୁରେଶ ମହାପାତ୍ର ବୁର୍ଲା ମେଡିକାଲ କଲେଜରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି ।

By

Published : Nov 26, 2019, 10:40 PM IST

ବୁର୍ଲାରେ ସୁରେଶ ମହାପାତ୍ରଙ୍କ ସମୀକ୍ଷା ବୈଠକ
ବୁର୍ଲାରେ ସୁରେଶ ମହାପାତ୍ରଙ୍କ ସମୀକ୍ଷା ବୈଠକ

ସମ୍ବଲପୁର: ଜିଲ୍ଲାର ବୁର୍ଲା ମେଡିକାଲ କଲେଜ ଗସ୍ତରେ ଉନ୍ନୟନ ଆୟୁକ୍ତ ସୁରେଶ ମହାପାତ୍ର । ମଙ୍ଗଳବାର ସେ ବୁର୍ଲା ମେଡିକାଲ କଲେଜରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ମେଡିକାଲ କଲେଜରେ ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା କରିଛନ୍ତି ।

ବୁର୍ଲାରେ ସୁରେଶ ମହାପାତ୍ରଙ୍କ ସମୀକ୍ଷା ବୈଠକ

ଏହି ଅବସରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁର ବୁର୍ଲା ମେଡିକାଲରେ ଦୀର୍ଘ ଦିନ ହେବ ସ୍ଥାୟୀ ନିର୍ଦ୍ଦେଶକ ପଦବୀ ଖାଲି ଥିବାବେଳେ ଅଗାମୀ ଦିନରେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯିବ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।


ଏହାସହ ବୁର୍ଲା ମେଡିକାଲରେ ଖାଲିଥିବା ପାରା ମେଡିକାଲ ପଦଵୀ ଗୁଡିକରେ ପୁଣିଥରେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଭର୍ତ୍ତି କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ବୁର୍ଲା ମେଡିକାଲରେ ଦୀର୍ଘ ଦିନ ହେବ ୟୁରୋଲୋଜି, ନେଫ୍ରୋଲୋଜି ଓ ନିୟୁରୋଲୋଜି ଡାକ୍ତର ପଦବୀ ଖାଲି ଥିବାରୁ କଟକରେ ଏହି ବିଭାଗରେ ପାସ୍‌ଆଉଟ ଡାକ୍ତରଙ୍କୁ ବୁର୍ଲାରେ ବାଧ୍ୟତାମୂଳକ ନିଯୁକ୍ତି କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି ।

ଏହାସହ ବୁର୍ଲା ମେଡିକାଲର ନିଜସ୍ବ ଜମି ସମସ୍ୟାକୁ ଦୂର କରିବାକୁ 79 ଏକର ଜମି ଚିହ୍ନଟ କରାଯାଇଛି ବୋଲି ସୂଚନା ଦିଆଯାଇଛି । ବୁର୍ଲା ମେଡିକାଲରେ ନବନିର୍ମିତ ସୁପର ସ୍ପେସିଆଲିଟି ୱାର୍ଡର କାର୍ଯ୍ୟକ୍ଷମ ହେବା ପୂର୍ବରୁ ମାନବ ସମ୍ବଳ ଯୋଗାଯିବା ପାଇଁ ମେଡିକାଲ ଉନ୍ନୟନ ଆୟୁକ୍ତଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଅନ୍ୟପଟେ ଅନ୍ୟ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ବା ଭିତ୍ତିଭୂମିକୁ ନିର୍ଦ୍ଧିଷ୍ଟ ଡେଡ୍‌ଲାଇନ ଭିତରେ ସମାପ୍ତ କରିବାକୁ ଉନ୍ନୟନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ, ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details