ସମ୍ବଲପୁର:ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ମାଡ଼ ଖାଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର ଜିଲ୍ଲାର ଜମେନକିରା ବ୍ଲକ କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର B .E. G college ର ଜଣେ ଛାତ୍ର ଅବସରପ୍ରାପ୍ତ ଶିକ୍ଷକଙ୍କ ମାଡରେ ଅପମାନ ସହି ନପାରି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୁଚିଣ୍ଡା ସରକାରୀ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
ଜଣେ ଅବସରପ୍ରାପ୍ତ ଶିକ୍ଷକ କୌଣସି କାମରେ ଭୋଜପୁର ସ୍ଥିତ B.E.G କଲେଜ ଆସିଥିଲେ । ଏହି ସମୟରେ ସମ୍ପୃକ୍ତ ଶିକ୍ଷକ ଛାତ୍ରଙ୍କୁ ଡକାଇ ସହପାଠୀ ମାନଙ୍କ ସମ୍ମୁଖରେ କୌଣସି ଘଟଣାକୁ ନେଇ ମାଡ ମାରିଥିବା ଜଣାପଡିଛି । ମାଡ଼ ମାରିବା ସମୟରେ ସେହି ଛାତ୍ରଙ୍କ ଅନେକ ସହପାଠୀ ସେଠାରେ ଉପସ୍ଥିତ ଥିଲେ । ସହପାଠୀଙ୍କ ସାମ୍ନାରେ ମାଡ ଖାଇଥିବାରୁ ଛାତ୍ର ଜଣଙ୍କ ଅପମାନ ବୋଧ କରିଥିଲେ ଓ ବିଷ ପିଇଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ବିଷ ଦେଇ ଥିବା ଖବର ପ୍ରଚାରିତ ହେବା ପରେ ମାଡ଼ ମାରିଥିବା ଶିକ୍ଷକ ଫେରାର ହୋଇଯାଇଛନ୍ତି । ଏନେଇ ଛାତ୍ରଙ୍କ ମା’ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।