ଓଡିଶା

odisha

ETV Bharat / state

BJD Padayatra: ରେଙ୍ଗାଲୀରେ ବିଜେଡି ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଅକ୍ଟୋବର 2 ରୁ ନଭେମ୍ବର 2 ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଜାରି ରହିଥିବା ବେଳେ ଏହି କ୍ରମରେ ଶୁକ୍ରବାର ସମ୍ବଲପୁର ରେଙ୍ଗାଲୀ ଜୋନ1 ରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଜନ ସମ୍ପର୍କ ପଦଯାତ୍ରା ରେଙ୍ଗାଲୀ କଲେଜ ଛକ ରୁ ବାହାରି ରେଙ୍ଗାଲି ସହର ଦେଇ ପରିକ୍ରମା କରିବା ସହ ପଞ୍ଚାୟତ ଛକରେ ପହଞ୍ଚିଥିଲା। ଅଧିକ ପଢନ୍ତୁ

By

Published : Oct 31, 2022, 7:58 PM IST

BJD Padayatra: ରେଙ୍ଗାଲୀରେ ବିଜେଡି ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ
BJD Padayatra: ରେଙ୍ଗାଲୀରେ ବିଜେଡି ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକ ଜୋନ1 ରେ ବିଜେଡିର ଜନସମ୍ପର୍କ ଯାତ୍ରା ( BJD Padayatra) । ଗତ (ଶୁକ୍ରବାର) ରେଙ୍ଗାଲୀ ଜୋନ 1 ପକ୍ଷରୁ ଅନୁଷ୍ଠିତ ଏହି ଜନ ସମ୍ପର୍କ ପଦଯାତ୍ରା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ବିଜେଡି କର୍ମୀ ଓ ସାଧରଣ ଜନତାଙ୍କୁ ବିଜେଡି ସରକାରର ଜନ ମଙ୍ଗଳକାରୀ ଯୋଜନା ନେଇ ଅବଗତ କରିଥିଲେ । ଏହାସହ ଆଗକୁ ମଧ୍ୟ ବିଜେଡି ସହ ସାଧରଣ ଜନତାର ସମର୍ଥନ ରହିବ ବୋଲି ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ ।

BJD Padayatra: ରେଙ୍ଗାଲୀରେ ବିଜେଡି ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦୀର୍ଘ 22 ବର୍ଷ ହେବ ରାଜ୍ୟ ରେ ବିଜେଡି ଶାସନ ଜାରି ରହିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ନିର୍ଦେଶ କ୍ରମେ ଅକ୍ଟୋବର 2 ରୁ ନଭେମ୍ବର 2 ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଜାରି ରହିଥିବା ବେଳେ ଏହି କ୍ରମରେ ଶୁକ୍ରବାର ସମ୍ବଲପୁର ରେଙ୍ଗାଲୀ ଜୋନ1 ରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଜନ ସମ୍ପର୍କ ପଦଯାତ୍ରା ରେଙ୍ଗାଲୀ କଲେଜ ଛକ ରୁ ବାହାରି ରେଙ୍ଗାଲି ସହର ଦେଇ ପରିକ୍ରମା କରିବା ସହ ପଞ୍ଚାୟତ ଛକରେ ପହଞ୍ଚିଥିଲା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଏହା ପରେ ପଞ୍ଚାୟତ ଛକରେ ଏକ ସାଧରଣ ସଭା ଅନୁଷ୍ଠିତ ହୋଇଥିଲା।

BJD Padayatra: ରେଙ୍ଗାଲୀରେ ବିଜେଡି ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ
BJD Padayatra: ରେଙ୍ଗାଲୀରେ ବିଜେଡି ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଏହି ସଭାରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ , ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ,ରେଙ୍ଗାଲୀର ପୂର୍ବତନ ବିଧାୟକ ରମେଶ ପଟୁଆଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଜନତା ଙ୍କୁ ରାଜ୍ୟ ସରକାରଙ୍କ ରହିଥିବା ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ଏତତ ବ୍ୟତୀତ ଲୋକ କିପରି ବିଜେଡି ସହ ଯୋଡି ହେବେ ସେନେଇ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।

BJD Padayatra: ରେଙ୍ଗାଲୀରେ ବିଜେଡି ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ମୁଖ୍ୟତଃ ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଉଲ୍ଲେଖନୀୟ କାର୍ଯ୍ୟ ଓ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ ର ଉପାଦେୟତା ନେଇ ଲୋକଙ୍କୁ ଅବଗତ କରାଇ ଥିଲେ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details