ଓଡିଶା

odisha

ETV Bharat / state

ପୁଲୱାମା ଶହୀଦଙ୍କ ପାଇଁ ସାମୁହିକ ତିଳତର୍ପଣ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଯବାନଙ୍କ ଆତ୍ମାର ସଦଗତି ପାଇଁ କରାଯାଇଛି ତିଳତର୍ପଣ ।

By

Published : Feb 23, 2019, 9:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ୱଲପୁର: ଗତ 14 ତାରିଖରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଯବାନଙ୍କ ଆତ୍ମାର ସଦଗତି ପାଇଁ କରାଯାଇଛି ତିଳତର୍ପଣ । ଶନିବାର ସମ୍ବଲପୁର ରିଙ୍ଗ ରୋଡ଼ ସ୍ଥିତ ମହାନଦୀର ମାରୱାଡି ଘାଟରେ ସାମୁହିକ ତିଳ ତର୍ପଣ କରାଯାଇଛି ।

ଝାଡୁଆପଡା ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ହିନ୍ଦୁ ଶାସ୍ତ୍ର ଅନୁସାରେ ପାରମ୍ପରିକ ବିଧିରେ ତିଳତର୍ପଣ କରାଯାଇଛି। ଏହି ସାମୁହିକ ତିଳତର୍ପଣରେ ସ୍ଥାନୀୟ ବିଧାୟିକା ରସେଶ୍ବରୀ ପାଣିଗ୍ରାହୀ, ଜନସାଧାରଣ, ବୁଦ୍ଧିଜୀବୀ ତଥା ବିଭିନ୍ନ ରାଜନୈତିକ ଦଳର ନେତା ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ୱଲପୁରରୁ ଜୁସମନ ରଣା, ଇଟିଭି ଭାରତ

ABOUT THE AUTHOR

...view details