ଓଡିଶା

odisha

ETV Bharat / state

ରକ୍ଷା ବନ୍ଧନରେ ମାଆ ସମଲେଶ୍ବରୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା - rakhsha bandhan

ଗହ୍ମା ପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମା ଅବସରରେ ମା ସମଲେଶ୍ବରୀଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ଆଜିର ଶ୍ରାବଣ ପୂର୍ଣ୍ଣିମା ରକ୍ଷା ବନ୍ଧନ ଅବସରରେ ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ରାକ୍ଷୀ ।

ରକ୍ଷା ବନ୍ଧନରେ ମାଆ ସମଲେଶ୍ବରୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା
ରକ୍ଷା ବନ୍ଧନରେ ମାଆ ସମଲେଶ୍ବରୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

By

Published : Aug 3, 2020, 10:53 PM IST

ସମ୍ବଲପୁର: ଗହ୍ମା ପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମା ଅବସରରେ ମା ସମଲେଶ୍ବରୀଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ଆଜିର ଶ୍ରାବଣ ପୂର୍ଣ୍ଣିମା ରକ୍ଷା ବନ୍ଧନ ଅବସରରେ ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ରାକ୍ଷୀ । ଏହା ସହିତ ମାଙ୍କର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶ୍ରାବଣାଭିଷେକ କରାଯାଇଛି ।

ରକ୍ଷା ବନ୍ଧନରେ ମାଆ ସମଲେଶ୍ବରୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ମାଆଙ୍କ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଓ ଅନ୍ୟ ପୂଜକଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରୀତିନୀତିରେ ଏହି ବିଧି ସମ୍ପନ୍ନ ହୋଇଛି । କୋରୋନା କଟକଣା ଯୋଗୁଁ ମନ୍ଦିରକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷେଧ ରହିଥିବାବେଳେ ପ୍ରତିଦିନ ସମ୍ପୂର୍ଣ୍ଣ ବିଧି ବିଧାନରେ ମାଆଙ୍କ ରୀତିନୀତି ସମ୍ପନ୍ନ କରାଯାଉଛି।

କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିବାବେଳେ ସୋସିଆଲ ମିଡିଆ ଜରିଆରେ ମାଆଙ୍କ ଆଳତୀର ଲାଇଭ କରାଯାଉଛି ବୋଲି ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ଼ ସଭାପତି ସଞ୍ଜୟ ବାବୁ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details