ସମ୍ବଲପୁର: ଦେବ ଦମ୍ପତିଙ୍କ ବାହାଘର ପରେ ଆରମ୍ଭ ହୋଇଛି ଯୁଗଳ ଦର୍ଶନ ଶୋଭାଯାତ୍ରା । ଗତକାଲି ରାତ୍ରି ପ୍ରାୟ ୧୨ ଟା ସମୟରେ ଭଗଵାନ ଶିବ ଓ ମାତା ପାର୍ବତୀଙ୍କ ଏହି ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ଝାଡୁଆପଡା, ନନ୍ଦପଡା, ମୁଦିପଡା, ବଡବଜାର ସହ ସମସ୍ତ ଶୀତଳ ଷତଷ୍ଠୀ ଯାତ୍ରା କମିଟି ସାମିଲ ହୋଇଥିଲେ ।
ଯୁଗଳ ଦର୍ଶନ ଶୋଭାଯାତ୍ରାରେ ପାରମ୍ପାରିକ ଆଦୀବାସୀ ନୃତ୍ୟ ସହ ପଞ୍ଜାବର ଭାଙ୍ଗାଡା, ଆସାମ ବିହୁ ଓ ପଶ୍ଚିମ ବଙ୍ଗର ଯୁବକ ଯୁବତୀଙ୍କ ଆଧୁନିକ ନୃତ୍ୟ ପରିବେଶଷ ହୋଇଛି । ଏଥର ଶୀତଳ ଷଷ୍ଠୀ ଯାତ୍ରାର ମିଳିତ ଯୁଗଳ ବେଶ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଓ ହଜାର ହଜାର ଲୋକ ସାମିଲ ହୋଇଥିଲେ ।
ବିଳମ୍ବିତ ରାତ୍ରିରେ ଆରମ୍ଭ ହେଇଥିବା ଯୁଗଳ ଦର୍ଶନ ଶୋଭା ଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦେବ ଦମ୍ପତୀଙ୍କ ଦର୍ଶନ କରି ଆର୍ଶିବାଦ ନେଉଥିବା ବେଳେ ପ୍ରତ୍ୟେକ ବର୍ଗର ଲୋକ ବିଭିନ୍ନ ଲୋକନୃତ୍ୟର ମଜ୍ଜା ଉଠାଇଛନ୍ତି ।