ଓଡିଶା

odisha

ETV Bharat / state

ସମ୍ବଲପୁର: ଅସହାୟଙ୍କ ଆଶାବାଡି ବିପିନ

ଝଡି ଯାଉଥିବା ବୟସରେ ଦେବତୂଲ୍ୟ ମଣିଷଙ୍କ ସହାୟତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Feb 9, 2019, 10:42 AM IST

ସମ୍ବଲପୁର: 'ଅରକ୍ଷିତକୁ ଦଇବ ସାହା' । ଝଡି ଯାଉଥିବା ବୟସରେ ଦେବତୂଲ୍ୟ ମଣିଷଙ୍କ ସହାୟତା । ବେସାହାରା ବୃଦ୍ଧା ମଣିଷ ପାଇଁ ସାହାରା ପାଲଟିଛନ୍ତି ବିପିନ ବିହାରୀ ପଣ୍ଡା । ଷ୍ଟେସନ କଡରେ ଭିକ୍ଷା ବୃତ୍ତିରେ ଜିଉଁଥିବା ମଣିଷକୁ ଉଠାଇ ନେଇ ଦେଇଛନ୍ତି ସୁରକ୍ଷିତ ଜୀବନ ।

ପାରାଦ୍ବୀପର 70 ବର୍ଷୀୟ ବୃଦ୍ଧା ଜଗବନ୍ଧୁ ବିଶ୍ବାଳ । 1999ର ମହାବାତ୍ୟାରେ ଉଜାଡି ହୋଇଯାଇଥିଲା ତାଙ୍କ ପରିବାର । ସେତେବେଳେ ଜଗବନ୍ଧୁ ଖଡକପରରେ ଝୋଟ କମ୍ପାନୀରେ କାମ କରୁଥିବାରୁ ବଞ୍ଚିଯାଇଥିଲେ । ହେଲେ ଯେଉଁ ଜୀବନ ଥିଲା ତାହା ମୃତ୍ୟୁ ଠାରୁ ଦୁର୍ବିସହ । ଯେଉଁ ଚାକିରିଥିଲେ ତାହା କମ୍ପାନୀ ମଧ୍ୟ ବନ୍ଦ ହୋଇଗଲା । ଆଉ ଏହା ପରେ ସେ ଚାଲିଆସନ୍ତି ସମ୍ବଲପୁରକୁ । ଏଠି ଆରମ୍ଭ ହୋଇଯାଏ ଜୀବନର ସଂର୍ଘଷ । କୁଲି ମଜୁରୀ କାମ କରି ଜୀବନ ଅତିବାହିତ କରୁଥିଲେ ବୃଦ୍ଧା ଜଗବନ୍ଧୁ । ହେଲେ ବାର୍ଦ୍ଧ୍ୟକତା ଯୋଗୁଁ କିଛି ମାସ ହେଲା ଭିକ୍ଷା ବୃତ୍ତି କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ଏହି ସମୟରେ ଆଗେଇ ଆସିଥିଲେ ବିପିନି ବିହାରୀ ପଣ୍ଡା । ନାଁ ସେ କୌଣସି ସ୍ବେଚ୍ଛାସେବୀ ନାଁ ତାଙ୍କର ଏନଜିଓ ଅଛି । ନାଁ କୌଣସି ସରକାରୀ ସହାୟତା ଆଶା କରନ୍ତି । ନିସ୍ବାର୍ଥ ଭାବନାରେ କରିଆସୁଛନ୍ତି ସହାୟତା । ଆଉ ନିଜର ଏଭଳି କାର୍ଯ୍ୟକୁ ନେଇ ବେଶ ସନ୍ତୁଷ୍ଟି ଲାଭ କରନ୍ତି ବୋଲି ସେ କୁହନ୍ତି । ଆଜିକୁ ଏମିତି 50 ରୁ ଊର୍ଦ୍ଧ୍ଵ ଅସହାୟଙ୍କୁ ଉଦ୍ଧାର କରି ନିଜ ଖର୍ଚ୍ଚରେ ଆଶ୍ରମକୁ ପଠାଇ ସାରିଛନ୍ତି । ଆଉ ଜଗବନ୍ଧୁଙ୍କୁ ମଧ୍ୟ ସେ ଭୁବନେଶ୍ବରର ଏକ ବୃଦ୍ଧାଶ୍ରମକୁ ପଠାଇଛନ୍ତି ।


ସମ୍ବଲପୁରରୁ ଜୁସ୍ମନ ଋଣା, ଇଟିଭି ଭାରତ

ABOUT THE AUTHOR

...view details