ଓଡିଶା

odisha

ETV Bharat / state

କାଳବୈଶାଖୀ ତାଣ୍ଡବ, ବ୍ୟାପକ ରବି ଫସଲ ନଷ୍ଟ

ସମ୍ବଲପୁରରେ କାଳ ବୈଶାଖୀର ତାଣ୍ଡବ । ଗତ 3 ଦିନ ଭିତରେ 2 ଥର କାଳ ବୈଶାଖୀ ବର୍ଷା ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ପରିମାଣର ରବି ଫସଲ ହାନୀ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : May 13, 2021, 10:43 PM IST

ସମ୍ବଲପୁରରେ କାଳ ବୈଶାଖୀ ତାଣ୍ଡବ, ବ୍ୟାପକ ରବି ଫସଲ ନଷ୍ଟ ଅଭିଯୋଗ
ସମ୍ବଲପୁରରେ କାଳ ବୈଶାଖୀ ତାଣ୍ଡବ, ବ୍ୟାପକ ରବି ଫସଲ ନଷ୍ଟ ଅଭିଯୋଗ

ସମ୍ବଲପୁର:ସମ୍ବଲପୁରରେ ବିଗତ 3 ଦିନ ମଧ୍ୟରେ 2 ଥର କାଳ ବୈଶାଖୀ ବର୍ଷା ହୋଇଛି । ଏହା ଦ୍ୱାରା ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଅମଳକ୍ଷମ ରବି ଧାନ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲାର ଧନକାଉଡା, ରେଙ୍ଗାଲି, ମାନେଶ୍ୱର, ଯୁଜୁମୁରା, ନାକଟିଦେଉଳ, ହୀରାକୁଦ ଅଞ୍ଚଳରେ ରବି ଧାନ ଅମଳକ୍ଷମ ହୋଇଥିବା ବେଳେ 2 ଦିନ ହେଲା କାଳ ବୈଶାଖୀ ବର୍ଷା ଯୋଗୁଁ ବହୁ ଧାନ ନଷ୍ଟ ହୋଇଥିବା ଜଣାପଡିଛି ।

ସମ୍ବଲପୁରରେ କାଳ ବୈଶାଖୀ ତାଣ୍ଡବ, ବ୍ୟାପକ ରବି ଫସଲ ନଷ୍ଟ ଅଭିଯୋଗ

ତେବେ କ୍ଷତିଗ୍ରସ୍ତ ଚାଷୀ ଲିଖିତ ଭାବେ ଏନେଇ ତଥ୍ୟ ଜିଲ୍ଲା କୃଷି ବିଭାଗକୁ ପ୍ରଦାନ କଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ ବୀମା ଦ୍ୱାରା କ୍ଷତି ପୂରଣର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଫସଲ ହାନୀ ହୋଇଛି ତାହା ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇ ନାହିଁ । କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତି ପୂରଣ ନେଇ ଅଭିଯୋଗ ଆସିବା ପରେ ତାହାକୁ ଆକଳନ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details