ଓଡିଶା

odisha

ETV Bharat / state

ସଟଡାଉନ ସମୟରେ ଜନତାଙ୍କ ସହଯୋଗ ଅପିଲ କଲେ ସମ୍ବଲପୁର ଏସପି - Sambalpur SP appealed public during the shutdown

ସମ୍ବଲପୁରରେ ରବିବାର ପ୍ରଥମ ପର୍ଯ୍ୟାୟ ସଟଡାଉନ ସରିଥିବାବେଳେ ଆସନ୍ତା କାଲିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ସଟଡାଉନ ଜାରି ରହିବ । ଏଥିପାଇଁ ସମ୍ବଲପୁର ଏସ୍ ପି କନୱର ବିଶାଳ ସିଂ ସାଧାରଣ ଜନତାଙ୍କୁ ସରକାରୀ ନୀତି, ନିୟମ ତଥା କୋଭିଡ୍ ନିୟମ କଟକଣାକୁ ମାନିବାକୁ ଅପିିଲ୍ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଟଡାଉନ ସମୟରେ ଜନତାଙ୍କ ସହଯୋଗ ଅପିଲ କଲେ ସମ୍ବଲପୁର ଏସପି
ସଟଡାଉନ ସମୟରେ ଜନତାଙ୍କ ସହଯୋଗ ଅପିଲ କଲେ ସମ୍ବଲପୁର ଏସପି

By

Published : Jul 26, 2020, 8:09 PM IST

Updated : Jul 26, 2020, 9:37 PM IST

ସମ୍ବଲପୁର: ଗତ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ସଟଡାଉନ ଘୋଷଣା ହୋଇଛି । ରବିବାର ପ୍ରଥମ ପର୍ଯ୍ୟାୟ ସଟଡାଉନ ସରିଥିବାବେଳେ ଆସନ୍ତା କାଲିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ସଟଡାଉନ ଜାରି ରହିବ ।

ଏହି ସମୟ ମଧ୍ୟରେ କେତେକ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହି ଜଟିଳ ସମୟରେ ସମ୍ବଲପୁର ଏସ୍ ପି କନୱର ବିଶାଳ ସିଂ ସାଧାରଣ ଜନତାଙ୍କ ସହଯୋଗ ଲୋଡିଛନ୍ତି । ସେ ଏହି ଜଟିଳ ସମୟରେ ସାଧାରଣ ଜନତାଙ୍କୁ ପୋଲିସର ସହାୟତା କରିବାକୁ ଅପିଲ୍ କରିଛନ୍ତି । ଏହାସହ ବର୍ତ୍ତମାନ ଜିଲ୍ଲାରେ କୋରୋନାକୁ ନେଇ ଜଟିଳ ପରିସ୍ଥିତି ଜାରି ରହିଥିବାରୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ସେ ଅପିଲ୍ କରିଛନ୍ତି ।

ସଟଡାଉନ ସମୟରେ ଜନତାଙ୍କ ସହଯୋଗ ଅପିଲ କଲେ ସମ୍ବଲପୁର ଏସପି

ପୋଲିସ ତାର କର୍ତ୍ତବ୍ୟ କରୁଥିଲେ ମଧ୍ୟ ସାଧାରଣ ଜନତାର ସହଯୋଗ ବିନା କୋରୋନା ସହିତ ମୁକାବିଲା କରିବା କଷ୍ଟକର ହେବ । ଏଥିପାଇଁ ସେ ସାଧାରଣ ଜନତାଙ୍କୁ ସରକାରୀ ନୀତି, ନିୟମ ତଥା କୋଭିଡ୍ ନିୟମ କଟକଣାକୁ ମାନିବାକୁ ଅପିିଲ୍ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 26, 2020, 9:37 PM IST

ABOUT THE AUTHOR

...view details