ଓଡିଶା

odisha

By

Published : Oct 6, 2019, 9:35 AM IST

ETV Bharat / state

ଭାଇମାନଙ୍କ ଦୀର୍ଘାୟୁ କାମନା କରି ପଶ୍ଚିମ ଓଡିଶାବାସୀ ପାଳିଲେ ‘ଭାଇ ଜିଉଁତିଆ’

ଶନିବାର ପୀଠରେ ଅଷ୍ଟମୀ ତିଥିରେ ପାଳନ ହୋଇଥିବାବେଳେ ପଶ୍ଚିମ ଓଡିଶାରେ ଭାଇ ଜିଉଁତିଆ ପର୍ବ ପାଳିତ ହୋଇଛି । ଭାଇର ଦୀର୍ଘାୟୁ ଓ ଶୁଭ ମନାସୀ ଭାଇ ଜିଉଁତିଆ ବ୍ରତ ପାଳିଛନ୍ତି ଭଉଣୀମାନେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହୋଇଛି ଭାଇ ଜିଉଁତିଆ ପର୍ବ । ପଶ୍ଚିମ ଓଡିଶାରେ ମୁଖ୍ୟତଃ ଦଶହରା ସମୟରେ ଭଉଣୀମାନେ ନିଜ ଭାଇ ଘରକୁ ଆସିଥାନ୍ତି । ଅଷ୍ଟମୀ ତିଥିରେ ଭାଇର ଦୀର୍ଘ ଆୟୁଷ ଓ ଶୁଭ ମନାସୀ ଜଗତଜନନୀ ମା ଦୁର୍ଗାଙ୍କ ନିକଟରେ ନିର୍ଜଳା ଉପବାସ କରନ୍ତି । ଏହି ଉପବାସ ବା ବ୍ରତ ଭାଇ ଜିଉଁତିଆ ବୋଲି କୁହାଯାଏ । ଏହି ଅବସରରେ ସମ୍ବଲପୁରରେ ଭାଇ ଜିଉଁତିଆ ଓଷା ବେଶ୍ ଶ୍ରଦ୍ଧା ଓ ଆନନ୍ଦ ସହ ପାଳନ କରିଛନ୍ତି ଭଉଣୀମାନେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା,ସମ୍ବଲପୁର

ଶନିବାର ସକାଳୁ ଅର୍ଥାତ ଦେବୀଙ୍କ ପୀଠରେ ଅଷ୍ଟମୀ ତିଥିରେ ଭଉଣୀମାନେ ଦିନ ସାରା ନିର୍ଜଳା ଉପବାସ ରଖି ସନ୍ଧ୍ୟାରେ ମା' ଦୁର୍ଗାଙ୍କ ନିକଟରେ 108 ଦୁବ, ଚାଉଳ ସହ ବିଭିନ୍ନ ପ୍ରକାର ଫୁଲ, ବେଲପତ୍ର ଏବଂ ଲଡୁ ଭୋଗ ପୂଜା କରିଥିଲେ । ଏହା ପରେ ମା'ଙ୍କ ପାଖରେ ଅଭିମନ୍ତ୍ରିତ ହୋଇଥିବା ସେହି 108 ଦୁବ ଓ ଅରୁଆ ଚାଉଳର ବିଡାକୁ ପରବର୍ତ୍ତୀ ଦିନ ସକାଳୁ ଉପବାସ ଭଙ୍ଗ ପରେ ନିଜ ଭାଇର ବାହୁରେ ବାନ୍ଧିବାର ପରମ୍ପରା ପାଳନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details