ସମ୍ବଲପୁର:ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ଏହି ଘଟଣାରେ ଦୁର୍ନୀତିଖୋର ଅଧିକାରୀଙ୍କୁ ନେଇ ତଦନ୍ତ କରୁଛନ୍ତି ସରକାର । ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସେଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇବା ସହ କ୍ରାଇମବ୍ରାଞ୍ଚ ଟିମରେ ଥିବା ଅଧିକାରୀଙ୍କ ଦୁର୍ନୀତିର ପେଡି ଖୋଲିଛନ୍ତି ସରକାର ।
ସେ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଅପରାଗ ଅଧିକାରୀ । ସେ ପୂର୍ବରୁ ତଦନ୍ତ କରିଥିବା ସବୁ କେସ ଅସମାହିତ ଥିବା ବେଳେ ସବୁ କେସକୁ ସେ ରଫା ଦଫା କରିବାକୁ ଚେଷ୍ଟା କରନ୍ତି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଟିମରେ ଥିବା ଅଧିକାରୀ ରମେଶ ଦୋରା ମଧ୍ୟ ଜଣେ ଦୁର୍ନୀତିଖୋର ଅଧିକାରୀ। ତାଙ୍କ ନାଁ ରେ ଜାତିଗତ ପ୍ରମାଣପତ୍ର ଜାଲିଆତି ର ଅଭିଯୋଗ ଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି। ଅନ୍ୟ ଜଣେ ଅଧିକାରୀ ଜୀବନାନନ୍ଦ ଜେନା ଙ୍କ ନାରେ ପୁରୀ ଓ ଜଗତସିଂହପୁର ଠାରେ ହଜାତ ମୃତ୍ୟୁ ର ଅଭିଯୋଗ ରହିଛି।
ସେହିପରି ବ୍ରଜରାଜନଗର ର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଧବଳେଶ୍ବର ସାହୁ ମଧ୍ୟ ଜଣେ ଦୁର୍ନୀତିଖୋର ଅଧିକାରୀ ଅଟନ୍ତି। ତାଙ୍କ ନାଁ ରେ ସମ୍ବଲପୁର ରେ ହୋଇଥିବା ଏକ ଫେକ ଏନକାଉଣ୍ଟର ର ଅଭିଯୋଗ ରହିଛି ଓ ବରଗଡ଼ ଜିଲ୍ଲାରେ ଛତିଶଗଡ଼ ର ଜଣେ ବ୍ୟବସାୟୀ ଙ୍କୁ ମାଡ଼ ମାରି ଡକାୟତି କରିଥିବା ଅଭିଯୋଗ ମଧ୍ୟ ରହିଛି ବୋଲି ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ଏହିଭଳି ଭାବରେ କ୍ରାଇମ ବ୍ରାଞ୍ଚ ଟିମ ରେ ସବୁ ଦୁର୍ନିତିଖୋର ଅଧିକାରୀ ଙ୍କୁ ନେଇ ମାମଲା କୁ ରଫା ଦଫା କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଜୟ ନାରାୟଣ ମିଶ୍ର ।