ଓଡିଶା

odisha

ETV Bharat / state

ବାଘ ଛାଲ କାରବାର ଘଟଣାରେ ଆଉ ୩ ଗିରଫ

ସମ୍ବଲପୁର କୁଚିଣ୍ଡାରୁ 4ଟି ବାଘ ଛାଲ ଜବତ ଘଟଣାରେ କ୍ରାଇବାଞ୍ଚ ଏସଟିଏଫକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ଗତ ମାର୍ଚ୍ଚ 15 ତାରିଖରେ 7 ଜଣ ଗିରଫ ହୋଇଥିବାବେଳେ ଆଜି ଆଉ 3 ଜଣଙ୍କୁ ଗିରଫ କରିବାରେ କ୍ରାଇମବାଞ୍ଚ ସଫଳ ହୋଇଛି ।

By

Published : Mar 24, 2019, 5:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଗତ ମାର୍ଚ୍ଚ 15 ତାରିଖରେ ସମ୍ବଲପୁର କୁଚିଣ୍ଡାରୁ 4ଟି ବାଘ ଛାଲ ଜବତ ଘଟଣାରେ କ୍ରାଇମବାଞ୍ଚ ଏସଟିଏଫକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ଗତ ମାର୍ଚ୍ଚ 15 ତାରିଖରେ କ୍ରାଇମବାଞ୍ଚ 7 ଜଣକୁ ଗିରଫ କରିଥିବାବେଳେ ଆଜି ଆଉ 3 ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।

ସମସ୍ତ ଗିରଫଙ୍କୁ କୁଚିଣ୍ଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ 9, 39, 44, 49, 52 ଓ ଆଇପିସି ଧାରା 377, 211 ଓ 120 ଆଧାରରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତି ମାନେ ହେଲେ ଲଇକରାର ନରେନ୍ଦ୍ର ପିଙ୍ଗ, ଦେବଗଡ ରେମାଳର ମନଫୁଲ ପ୍ରଧାନ, ଓ ଜମନକିରାର ଅକ୍ଷୟ ଭୋଇ ।

ଏହି ବ୍ୟବସାୟୀ ମାନେ କେଉଁ ଅଞ୍ଚଳରୁ ବାଘ ଶିକାର କରିଛନ୍ତି ତାହା ବର୍ତମାନ ସୁଦ୍ଧା ବନ ବିଭାଗ ସ୍ପଷ୍ଟ କରିପାରି ନାହିଁ । ରାଜ୍ୟରେ ବାରମ୍ବାର ବାଘଙ୍କ ମୃତ୍ୟୁ ଘଟୁଥିବା ବେଳେ ପୁଣି ଶିକାରୀମାନେ ବାଘ ଶିକାର କରିବା ବନ ବିଭାଗର ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।

ସମ୍ବଲପୁରରୁ ବାଦଶାହା ଜୁଷମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details