ଓଡିଶା

odisha

ETV Bharat / state

Memu Train Derailed In Sambalpur: ମଇଁଷିକୁ ଧକ୍କା ଦେଇ ମେମୁ ଟ୍ରେନ ଲାଇନଚ୍ୟୁତ

ଝାରସୁଗୁଡା ସମ୍ବଲପୁର ମେମୁ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ସମ୍ବଲପୁର ସଙ୍କର୍ମା ଷ୍ଟେସନ ନିକଟରେ ପାସେଞ୍ଜର ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ମେମୁ ଟ୍ରେନ ଲାଇନଚ୍ୟୁତ, ମରାମତି କାର୍ଯ୍ୟ ଜାରି
ମେମୁ ଟ୍ରେନ ଲାଇନଚ୍ୟୁତ, ମରାମତି କାର୍ଯ୍ୟ ଜାରି

By ETV Bharat Odisha Team

Published : Nov 8, 2023, 8:06 PM IST

Updated : Nov 8, 2023, 9:30 PM IST

ମଇଁଷିକୁ ଧକ୍କା ଦେଇ ମେମୁ ଟ୍ରେନ ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁରରେ ମେମୁ ଟ୍ରେନ ଲାଇନଚ୍ୟୁତ । ସମ୍ବଲପୁର ସଙ୍କର୍ମା ଠାରେ ଏକ ମେମୁ ଟ୍ରେନ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଆଜି ସଂଧ୍ୟାରେ ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଏକ ମେମୁ ସଙ୍କର୍ମା ଠାରେ ଲାଇନଚ୍ୟୁତ ହୋଇଯାଇଥିଲା । ଟ୍ରେନର ୩ ନମ୍ବର ବଗିର ଚକ ରେଳଧାରଣାରୁ ଲାଇନଚ୍ୟୁତ ହୋଇଛି । ତେବେ ଟ୍ରାକରେ ଏକ ମଇଁଷିକୁ ଧକ୍କା ଦେବା ଫଳରେ ଟ୍ରେନଟି ଟ୍ରାକ ତଳକୁ ଖସିପଡିଥିଲା ।

ଅନ୍ୟପଟେ ଡିଆରଏମ ଭିନିତ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସେ କହିଛନ୍ତି," ଏକ ମଇଁଷି ଟ୍ରାକ ମଧ୍ୟକୁ ଚାଲିଆସିବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାର ତଦନ୍ତ ସହ ଟ୍ରାକ ମରାମତି କାର୍ଯ୍ୟ ଜାରି ରହିଛି । ଏକ ଘଣ୍ଟା ମଧ୍ୟରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବ ।"

ଘଟଣାସ୍ଥଳରେ ମଇଁଷିଟିର ମୃତ୍ୟୁ ହୋଇଥିବା ବେଳେ ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଅନ୍ୟପଟେ ଘଟଣାସ୍ଥଳରେ ଟ୍ରେନଟିକୁ ଟ୍ରାକକୁ ଆଣିବା ପାଇଁ ଲାଇନ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଖୁବ ଶୀଘ୍ର ଟ୍ରେନଟି ସ୍ବାଭାବିକ ଯାତାୟତ କରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଘଟଣା ସ୍ଥଳରେ ରେଳ ମଣ୍ଡଳର ଡିଆରଏମ ପହଞ୍ଚିଥିବା ଜଣାପଡିଛି । ଘଟଣା ସ୍ଥଳରେ ବିଭିନ୍ନ ଥାନାର ପୋଲିସ ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ପହଞ୍ଚି ଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ..Train Accident: ବଗି ଉପରେ ଚଢିଯାଇଛି ବଗି, ଦେଖନ୍ତୁ ଆନ୍ଧ୍ର ଟ୍ରେନ ଦୁର୍ଘଟଣା ସ୍ଥଳର ଭିଡିଓ

ତେବେ ଚଳିତ ବର୍ଷ ବାରମ୍ବାର ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳୁଛି । ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା, ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଟ୍ରେନ ଦୁର୍ଘଟଣା ଖବର ମନରେ ଭୟ ସୃଷ୍ଟି କରିଛି । ଗତ ଜୁନ 2 ତାରିଖରେ ବାଲେଶ୍ବର ବାହାନଗା ଭୟଙ୍କର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ 290ରୁ ଅଧିକ ଜଣଙ୍କ ଜୀବନ ଯାଇଥିଲା । ଏହାପରେ ଅକ୍ଟୋବର 29 ତାରିଖରେ ଆନ୍ଧ୍ରପ୍ରଦେଶରେ ଆଉ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ 13 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଥିଲେ ।

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଆଲମଣ୍ଡା ଏବଂ କଣ୍ଟାପାଲି ମଧ୍ୟରେ 3ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ବିଶାଖାପାଟଣାରୁ ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍‌ ସିଗ୍ନାଲ୍‌ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ଥିଲା । ଏହି ରୁଟ୍‌ରେ ପଲାସାରୁ ବିଶାଖାପାଟଣା ଯାଉଥିବା ଅନ୍ୟ ଏକ ଟ୍ରେନ୍‌ ପାସେଞ୍ଜର ଟ୍ରେନକୁ ଧକ୍କା ଦେଇଥିଲା । ଫଳରେ 3ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହି ସମୟରେ ଏକ ମୁଖ୍ୟ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ପାସେଞ୍ଜର ଟ୍ରେନର ବଗି ଉପରେ ଚଢ଼ିଯାଇଥିଲା । ଏଥିରେ 13 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 8, 2023, 9:30 PM IST

ABOUT THE AUTHOR

...view details