ଓଡିଶା

odisha

ETV Bharat / state

ଲକଡାଉନରେ ବ୍ୟବସାୟ ପ୍ରଭାବିତ, ହୋଟେଲ ସଂଘ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

ଶନିବାର ସମ୍ବଲପୁରର ହୋଟେଲ ଓ ରେସ୍ତୋରାଁ ସଂଘର ସଦସ୍ୟମାନେ ସମ୍ବଲପୁର ମହାନଗର ନିଗମର କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନରେ ବ୍ୟବସାୟ ପ୍ରଭାବିତ, ହୋଟେଲ ସଂଘ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ
ଲକଡାଉନରେ ବ୍ୟବସାୟ ପ୍ରଭାବିତ, ହୋଟେଲ ସଂଘ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

By

Published : Jun 6, 2020, 5:47 PM IST

ସମ୍ବଲପୁର: ଲକଡାଉନ ସମୟରେ ସବୁ କ୍ଷେତ୍ରରେ ବ୍ୟବସାୟ ପ୍ରଭାବିତ ହୋଇଛି। ହୋଟେଲ ଓ ରେସ୍ତୋରାଁ ବ୍ୟବସାୟ ମଧ୍ୟ ବେଶ କ୍ଷତି ସହିଛି। ଏଭଳି ପରିସ୍ଥିତିରେ ଶନିବାର ସମ୍ବଲପୁରର ହୋଟେଲ ଓ ରେସ୍ତୋରାଁ ସଂଘର ସଦସ୍ୟମାନେ ସମ୍ବଲପୁର ମହାନଗର ନିଗମର କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଲକଡାଉନରେ ବ୍ୟବସାୟ ପ୍ରଭାବିତ, ହୋଟେଲ ସଂଘ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

ମୁଖ୍ୟତଃ ରାତ୍ରି 7 ପରେ ଏହି ରେସ୍ତୋରାଁ ଗୁଡିକୁ ହୋମ ଡେଲିଭରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ ଲଗା ଯାଇଛି। ଏଭଳି ପରିସ୍ଥିତିରେ ରାତ୍ରୀ 10 ପର୍ଯ୍ୟନ୍ତ ହୋମ ଡେଲିଭରି କରିବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନ ଆଗରେ ଦାବି ରଖିଛି ସମ୍ବଲପୁର ହୋଟେଲ ଓ ରେସ୍ତୋରାଁ ଆସୋସିଏସନ। ମୁଖ୍ୟତଃ ରାତ୍ରୀ 10 ଟା ପର୍ଯ୍ୟନ୍ତ ଏହି ବ୍ୟବସାୟ ଚଳିଲେ ବିଗତ ଦିନରେ ଲକଡାଉନ ଯୋଗୁଁ ହୋଇଥିବା କ୍ଷତିପୂରଣ ହୋଇପାରିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି।

ଲକଡାଉନ ସମୟରେ ସବୁ ବ୍ୟବସାୟ ବନ୍ଦ ଥିବାରୁ ଗୋଟିଏ ହୋଟେଲ ପିଛା 2ରୁ ଅଢେଇ ଲକ୍ଷ ଟଙ୍କାର କ୍ଷତି ହୋଇଥିବାର ଆସୋସିଏସନ ପକ୍ଷରୁ କୁହାଯାଇଛି।

ସମ୍ବଲପୁରରୁ ବାଦ୍‌ଶାହା ଜୁସମନ୍ ରଣା, ଇଟିଭି ଭାରତ

ABOUT THE AUTHOR

...view details