ଓଡିଶା

odisha

ETV Bharat / state

ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମ୍ମାନୀତ ହେଲେ ସମ୍ବଲପୁର ଡିଆର୍‌ଏମ୍‌

ଉନ୍ନତିମୂଳକ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ ଜିଲ୍ଲା ରେଳ ମଣ୍ଡଳକୁ ସମ୍ମାନୀତ କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ ।

By

Published : Mar 9, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଉନ୍ନତିମୂଳକ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ ଜିଲ୍ଲା ରେଳ ମଣ୍ଡଳକୁ ସମ୍ମାନୀତ କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଡିଆର୍‌ଏମ୍‌ ଜୟଦୀପ ଗୁପ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଡିଆର‌୍‌ଏମ୍‌ଙ୍କ କହିବା ଅନୁଯାୟୀ ଜିଲ୍ଲା ରେଳ ମଣ୍ଡଳର ସାମଗ୍ରିକ ବିକାଶ ଓ ସଫଳତାକୁ ଦୃଷ୍ଟିରେ ରଖି ଗତ 7 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ସମୀକ୍ଷା ସଂଗୋଷ୍ଠୀ ବୈଠକ । ଯେଉଁଥିରେ ଯୋଗ ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ।

ତେବେ ଏହି କାର୍ଯ୍ୟକ୍ରମରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଜୟଦୀପଙ୍କୁ ସମ୍ମାନୀତ କରିଥିଲେ ପୀୟୂଷ ଗୋଏଲ ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details