ଓଡିଶା

odisha

ETV Bharat / state

ସମ୍ବଲପୁରରେ ଜାରି ରହିଛି ବର୍ଷା: ବନ୍ଦହେଲା ହୀରାକୁଦର 3 ଗେଟ

ସମ୍ବଲପୁର ଜିଲ୍ଲାରେ ଜାରି ରହିଛି ବର୍ଷା । ସାରା ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Sambalpur dist
Sambalpur dist

By

Published : Aug 26, 2020, 10:02 PM IST

ସମ୍ବଲପୁର: ଜିଲ୍ଲାରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ବୁଧବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଏବେବି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି । କେତେବେଳେ ଝିପିଝିପି ବର୍ଷା ତ କେତେବେଳେ ଜୋରରେ ବର୍ଷା ହେଉଛି । ଆକାଶ ମେଘାଛନ୍ନ ରହିବା ସହ ବେଳେବେଳେ ପବନ ମଧ୍ୟ ହେଉଛି ।

ପ୍ରବଳ ବର୍ଷା ଜାରି ରହିଥିବାରୁ ମହାନଦୀ ତଥା ଅନ୍ୟ ଛୋଟବଡ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। କେତେକ ସ୍ଥାନରେ ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଥିବାର ଖବର ଆସିଛି । ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଳକରେ ସର୍ବାଧିକ 138 ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ନାକଟିଦେଉଳରେ ସର୍ବନିମ୍ନ 64 ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସମ୍ବଲପୁରରେ ଜାରି ରହିଛିବର୍ଷା; ବନ୍ଦହେଲା ହୀରାକୁଦର 3 ଟି ଗେଟ

ଅନ୍ୟ ବ୍ଳକ ମଧ୍ୟରେ ଧନକଉଡା ବ୍ଲକରେ 80 ମିଲିମିଟର, ରେଙ୍ଗାଲୀରେ 82 ମିଲିମିଟର, ମାନେଶ୍ୱରରେ 87 ମିଲିମିଟର, କୁଚିଣ୍ଡାରେ 71 ମିଲିମିଟର, ଜାମନକିରାରେ 78 ମିଲିମିଟର, ବାମରାରେ 73 ମିଲିମିଟର ଓ ରେଢାଖୋଲରେ 108 ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସେପଟେ ଉପ-କୂଳବର୍ତୀ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଥିବାରୁ ହୀରକୁଦ ଡ୍ୟାମର ଖୋଲାଥିବା 13ଟି ଗେଟରୁ 3 ଟି ଗେଟକୁ ଆଜି ( ବୁଧବାର) ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର 10ଟି ଗେଟ ଖୋଲା ଥିବାବେଳେ ଏହାର ଜଳସ୍ତର 618.97 ଫୁଟ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details