ଓଡିଶା

odisha

ETV Bharat / state

ସରପଞ୍ଚ ଓ ତାଙ୍କ ପତ୍ନୀଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ହେଲେ ଦମ୍ପତି

ଭାଣିଜୀ ନିଖୋଜ ଅଭିଯୋଗ ଦେବାକୁ ଯାଇଥିବା ବେଳେ ଜଣେ ସରପଞ୍ଚ ଓ ତାଙ୍କ ସ୍ତ୍ରୀଙ୍କୁ ଧନୁପାଲି ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ । ଏସପିଙ୍କ ଦ୍ବାରସ୍ଥ ହେଲେ ଦମ୍ପତି । ଅଧିକ ପଢ଼ନ୍ତୁ

By

Published : Jan 22, 2023, 10:04 AM IST

ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗରେ ଏସପିଙ୍କୁ ଭେଟିଲେ ସରପଞ୍ଚ ଓ ତାଙ୍କ ପତ୍ନୀ
ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗରେ ଏସପିଙ୍କୁ ଭେଟିଲେ ସରପଞ୍ଚ ଓ ତାଙ୍କ ପତ୍ନୀ

ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗରେ ଏସପିଙ୍କୁ ଭେଟିଲେ ସରପଞ୍ଚ ଓ ତାଙ୍କ ପତ୍ନୀ

ସମ୍ବଲପୁର: ସମ୍ବଲପୁରରେ ଜଣେ ସରପଞ୍ଚ ଓ ତାଙ୍କ ସ୍ତ୍ରୀଙ୍କୁ ଧନୁପାଲି ଥାନା ଅଧିକାରୀ ମାଡ ମାରିଥିବା ଅଭିଯୋଗ ଆଣିଲେ ସରପଞ୍ଚ । ଏନେଇ ଶନିବାର ସରପଞ୍ଚ ଓ ତାଙ୍କ ସ୍ତ୍ରୀ ସମ୍ବଲପୁର ଏସପିଙ୍କୁ ଭେଟିଥିବାବେଳେ ଘଟଣାର ତଦନ୍ତ ହେବ ବୋଲି ଏସପି କହିଥିଛନ୍ତି । ଅନ୍ୟପଟେ ଧନୁପାଲି ଥାନା ଅଧିକାରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି ।

ବିବାଦ ଘେରରେ ସମ୍ବଲପୁର ସହରର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ । ଏକ ମାମଲାରେ ଧନୁପାଲି ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ସରପଞ୍ଚ ଏବଂ ତାଙ୍କ ସ୍ତ୍ରୀଙ୍କୁ ଥାନା ଅଧିକାରୀ ଅନିତା ପ୍ରଧାନ ମାଡ ମାରିବା ସହ ଆଶାଳୀନ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଏସପିଙ୍କୁ ଭେଟିଛନ୍ତି ସରପଞ୍ଚଙ୍କ ପତ୍ନୀ । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ଜୁଯୁମୁରା ବ୍ଲକ ଅନ୍ତର୍ଗତ କବରାପାଲି ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ ଏବଂ ତାଙ୍କ ପତ୍ନୀ ପ୍ରଭାସିନୀ ପ୍ରଧାନ ନିଜ ଭାଣିଜୀର ନିଖୋଜ ଘଟଣା ନେଇ ଧନୁପାଲି ଥାନାକୁ ଅଭିଯୋଗ କରିବାକୁ ପହଞ୍ଚିଥିଲେ ।

ତେବେ ଥାନାରେ ପୂର୍ବରୁ ନିଜ ପୁରୁଷ ବନ୍ଧୁଙ୍କ ସହ ଥିବା ଭାଣଜୀଙ୍କ ସହ କଥା ହେବାପାଇଁ ସରପଞ୍ଚଙ୍କ ସ୍ତ୍ରୀ ପ୍ରଭାସିନୀ ଥାନା ଅଧିକାରୀଙ୍କୁ କହିବାରୁ ଥାନା ଅଧିକାରୀ ଆଶାଳିନୀ ଭାଷାରେ ଗାଳି ଗୁଲଜ କରିବା ସହ ପ୍ରଭାସିନୀଙ୍କୁ ମାଡ ମାରିଥିଲେ । ଥାନାଧିକାରୀ ସରପଞ୍ଚଙ୍କୁ ମଧ୍ୟ ମାଡ଼ ମାରିବା ସହ ଆଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି । ପୋଲିସ ମାଡରେ ମହିଳାଙ୍କ ଗଳାରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି ।

ଏନେଇ ସରପଞ୍ଚ ଓ ତାଙ୍କ ସ୍ତ୍ରୀ ଗତକାଲି ସମ୍ବଲପୁର ଏସପିଙ୍କ ଦ୍ବାରସ୍ଥ ହୋଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେପଟେ ଏସପି ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯିବା ସହ ଏହି ଘଟଣାରେ କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଧନୁପାଲି ଥାନା ଅଧିକାରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details