ସମ୍ବଲପୁର: ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ କୋଭିଡ-19 ହସ୍ପିଟାଲରେ ପରିଣତ କରାଯାଇଛି । ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସମ୍ବଲପୁରର କୋଭିଡ 19 ହସ୍ପିଟାଲରେ 200 ଶଯ୍ୟା ବିଶିଷ୍ଟ ହେବ ଓ 20 ରୁ 40 ଟା ପର୍ଯ୍ୟନ୍ତ ଆଇସିୟୁ ରହିବ ବୋଲି ସୂଚନା ମିଳିଛି ।
ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସମ୍ବଲପୁର କୋଭିଡ ହସ୍ପିଟାଲ - Sambalpur Covid Hospital will be operational
ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ କୋଭିଡ-19 ହସ୍ପିଟାଲରେ ପରିଣତ କରାଯାଇଛି । ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସମ୍ବଲପୁର କୋଭିଡ ହସ୍ପିଟାଲ
ତେବେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନିର୍ଭର କରୁଥିବା ରୋଗୀଙ୍କ ପାଇଁ ଅସୁବିଧାର ସମ୍ଭାବନାକୁ ଦେଖି ସମ୍ବଲପୁରର ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି । ତେବେ ଗୁରୁତର ବା ଗଭୀର ରୋଗରେ ପୀଡିତ ଥିବା ରୋଗୀଙ୍କୁ ବୁର୍ଲା ମେଡିକାଲ ଯିବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
TAGGED:
ସମ୍ବଲପୁର କୋଭିଡ ହସ୍ପିଟାଲ