ଓଡିଶା

odisha

ETV Bharat / state

ନୂଆଁଖାଇ ପାଇଁ ଉତ୍ସବମୁଖର ସମ୍ବଲପୁର

ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହେଉଛି ନୂଆଁଖାଇ । ସକାଳ 10.05 ରୁ 10.20 ମିନିଟ ମଧ୍ୟରେ ମା ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 3, 2019, 10:15 AM IST

Updated : Sep 3, 2019, 10:44 AM IST

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ପିଠାପଣା ମହକରେ ମହକୁଛି ଘରଦ୍ବାର । ତେବେ ସକାଳ 10ଟା 05ରୁ 10.20ମିନିଟ୍ ମଧ୍ୟରେ ମା ସମଲେଶ୍ବରଙ୍କ ନିକଟରେ ଲାଗିହେବ ନବାନ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହାପରେ ମା'ଙ୍କ ନିକଟରେ ଲାଗି ହୋଇଥିବା ଭୋଗକୁ ଖାଇ ଲୋକେ ପାଳିବେ ନୂଆଖାଇ । ଏହିଦିନ ଘରେ ଘରେ ତିଆରି ହୁଏ ପିଠାପଣା । ଏହାପରେ ସହପରିବାର ଏକାଠି ବସି ନବାହ୍ନ ଗ୍ରହଣ କରିଲା ପରେ ହେବ ଜୁଆର ଭେଟ୍ । ଘରର ସାନ ସଦସ୍ୟ ମାନେ ବଡ ମାନଙ୍କ ଆର୍ଶୀବାଦ ନେବେ । ଏହାକୁ ଜୁଆର ଭେଟ୍ କୁହାଯାଏ । ଅନ୍ୟପଟେ ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 3, 2019, 10:44 AM IST

ABOUT THE AUTHOR

...view details