ଓଡିଶା

odisha

ETV Bharat / state

ଜୁନିୟର କ୍ଲର୍କ୍‌ରୁ ଜଜ, ସମ୍ବଲପୁରର ଶିଶିରଙ୍କ ସଫଳତାର ଯାତ୍ରା - ସମ୍ବଲପୁର ମହାନଗର ନିଗମ

ଓଡିଶା ଜୁଡିସିଆଲ ସର୍ଭିସ ପରୀକ୍ଷାରେ 48ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି ସମ୍ବଲପୁର ଜିଲ୍ଲାର ଶିଶିର କୁମାର ଭୋଇ । ଅଧିକ ପଢନ୍ତୁ

ଜୁନିୟର କ୍ଲର୍କ ରୁ ଜଜ, ସମ୍ବଲପୁର ର ଶିଶିର ଙ୍କ ସଫଳତାର ଯାତ୍ରା
ଜୁନିୟର କ୍ଲର୍କ ରୁ ଜଜ, ସମ୍ବଲପୁର ର ଶିଶିର ଙ୍କ ସଫଳତାର ଯାତ୍ରା

By

Published : Nov 15, 2022, 9:46 AM IST

ସମ୍ବଲପୁର:ଜୁନିୟର କ୍ଲର୍କରୁ ଜଜ୍‌ । ରାଜ୍ୟରେ 48 ତମ ସ୍ଥାନ ରଖି ସଫଳତା ହାସଲ କରିଛନ୍ତି ସମ୍ବଲପୁର ଭତରାର ଗଜରାଜ ଭୋଇ ଓ ଚନ୍ଦ୍ରକାନ୍ତି ଭୋଇଙ୍କ ସୁପୁତ୍ର ଶିଶିର କୁମାର ଭୋଇ । ତାଙ୍କର ଏହି ସଫଳତାରେ ତାଙ୍କ ପରିବାର ଲୋକ ବେଶ ଖୁସି ଥିବାବେଳେ, ଏହି ସଫଳତା ପାଇଁ ସେ ବହୁତ ପରିଶ୍ରମ କରିଥିବା ନେଇ କହିଛନ୍ତି ଶିଶିର । ସୂଚନା ଅନୁଯାୟୀ, ସମ୍ବଲପୁର ମହାନଗର ନିଗମ ଭତରା ଅଞ୍ଚଳର ଯୁବକ ଶିଶିର ।

ଜୁନିୟର କ୍ଲର୍କ ରୁ ଜଜ, ସମ୍ବଲପୁର ର ଶିଶିର ଙ୍କ ସଫଳତାର ଯାତ୍ରା

ସେ ବରଗଡ ଜିଲ୍ଲା SDJM କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ । କିନ୍ତୁ ସେ ବର୍ତ୍ତମାନ ଜଣେ ବିଚାରପତି ହେବାକୁ ଯାଉଛନ୍ତି । ପ୍ରକାଶିତ OJS ପରୀକ୍ଷାରେ ସେ 48ତମ ସ୍ଥାନରେ ରହିଥିବାବେଳେ, ଏହି ସଫଳତା ତୃତୀୟ ଚେଷ୍ଟାରେ ପାଇଛନ୍ତି । ପିଲାଟି ଦିନରୁ ସେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଛୁକ ଥିଲେ । ଏଥିପାଇଁ ପରିବାର ଲୋକେ ମଧ୍ୟ ତାଙ୍କୁ ବେଶ ସହଯୋଗ କରିଥିଲେ । ଭତରା ସ୍କୁଲରେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ସେ ସମ୍ବଲପୁର ଟାଉନ ହାଇସ୍କୁଲରେ ପଢି 10ମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏଥିସହ ପରେ ସେ ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟ ବାଣିଜ୍ୟରେ ଯଥା କ୍ରମେ ଯୁକ୍ତ 2 ଓ ଗ୍ରାଜୁଏସନ ସମାପ୍ତ କରି ପରେ ସମ୍ବଲପୁର ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ସେ OJS ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ତେବେ ଏଥିରେ ସେ ସଫଳତା ପାଇବେ ନା ନାହିଁ ତାହା ଜାଣି ନ ଥିଲେ । ତେଣୁ ପିତା ଙ୍କ ପରାମର୍ଶ କ୍ରମେ ପ୍ରଥମେ ବରଗଡ SDJM କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ ଚାକିରୀ କରିବା ମଧ୍ୟରେ ମଧ୍ୟ OJS ପାଇଁ ନିଜର ଚେଷ୍ଟା ଜାରି ରଖିଥିବାବେଳେ ଶେଷରେ ସେ ତୃତୀୟ ଚେଷ୍ଟାରେ ପାଇଛନ୍ତି ସଫଳତା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details