ସମ୍ବଲପୁର: କୃଷକଙ୍କ ବିଭିନ୍ନ ସମସ୍ୟା ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ନେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ଫସଲ ହାନୀର କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର କ୍ଷତିପୂରଣ ଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ମୁଖ୍ୟତଃ ଲ୍ୟାପ୍ସ ହୋଇଥିବା ଟୋକାନଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରେଇବା, ଟୋକାନ ଅବଧି ବୃଦ୍ଧି କରେଇବା ତଥା ବାତ୍ୟା ୟସ୍ ଜନିତ ବର୍ଷା ଯୋଗୁଁ ହୋଇଥିବା ଫସଲହାନୀର କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର କ୍ଷତିପୂରଣର ବ୍ୟବସ୍ଥା କରାଇବା ଆଦି ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି(ଶୁକ୍ରବାର) ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ବରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।