ଓଡିଶା

odisha

ETV Bharat / state

ଆଜିଠୁ ଖୋଲିଲା ସମଲେଶ୍ବରୀ ମନ୍ଦିର

ଆଜିଠୁ ଖୋଲିଲା ମା' ସମଲେଶ୍ବରୀଙ୍କ ମନ୍ଦିର। 3 ସପ୍ତାହ ପରେ ମା'ଙ୍କ ଦର୍ଶନ କଲେ ଭକ୍ତ। କୋଭିଡ କଟକଣା ଯୋଗୁଁ ଗତ 3 ସପ୍ତାହ ବନ୍ଦ ରହିବା ପରେ ଆଜିଠୁ ପୁଣି ମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ

By

Published : Feb 1, 2022, 10:24 AM IST

samaleswari temple reopened from today in sambalpur
ଆଜିଠୁ ଖୋଲିଲା ସମଲେଶ୍ବରୀ ମନ୍ଦିର

ସମ୍ବଲପୁର: ଆଜିଠୁ ଖୋଲିଲା ମା' ସମଲେଶ୍ବରୀଙ୍କ ମନ୍ଦିର। 3 ସପ୍ତାହ ପରେ ମା'ଙ୍କ ଦର୍ଶନ କରିଲେ ଭକ୍ତ। କୋଭିଡ କଟକଣା ଯୋଗୁଁ ଗତ 3 ସପ୍ତାହ ବନ୍ଦ ରହିବା ପରେ ଆଜିଠୁ ପୁଣି ମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆଜିଠୁ ଖୋଲିଲା ସମଲେଶ୍ବରୀ ମନ୍ଦିର

ରାଜ୍ୟରେ ଦୈନିକ ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିବାରୁ ଆଜିଠୁ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପୁଣି ଦର୍ଶନ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଛି। ଆଜି ସକାଳ 6ଟାରୁ ପୂର୍ବାହ୍ନ ସାଢ଼େ 11 ଟା ଯାଏଁ ମା'ଙ୍କୁ ଦର୍ଶନ କରିବେ ଭକ୍ତ। ସେହିପରି ମଧ୍ୟାହ୍ନ 1ଟାରୁ ସନ୍ଧ୍ୟା ସାଢ଼େ 7 ଟା ଯାଏଁ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ମନ୍ଦିରକୁ ପ୍ରବେଶ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ସେହିପରି ଏକା ସମୟରେ 5 ଜଣ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ସାନିଟାଇଜ ପାଇଁ ପ୍ରତ୍ୟେକ ଗୁରୁବାର ଦିନ ସାଧାରଣ ଦର୍ଶନ ବନ୍ଦ ରଖାଯିବ। ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details