ଓଡିଶା

odisha

ETV Bharat / state

ସମଲେଶ୍ୱରୀ ମନ୍ଦିର ଦର୍ଶନ ସମୟରେ ପରିବର୍ତ୍ତନ, ନାଇଟ କର୍ଫ୍ୟୁ ବଳବତ୍ତର - Samaleswari temple daeshan time change

ଆଜିଠାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନ ସମୟରେ କିଛିଟା ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ସନ୍ଧ୍ୟା 6 ରୁ ସକାଳ 5 ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହୁଛି । ଅଧିକ ପଢନ୍ତୁ...

ସମଲେଶ୍ୱରୀ ମନ୍ଦିର ଦର୍ଶନର ସମୟ ପରିବର୍ତ୍ତନ, ନାଇଟ କର୍ଫ୍ୟୁ ବଳବତ୍ତର
ସମଲେଶ୍ୱରୀ ମନ୍ଦିର ଦର୍ଶନର ସମୟ ପରିବର୍ତ୍ତନ, ନାଇଟ କର୍ଫ୍ୟୁ ବଳବତ୍ତର

By

Published : Apr 19, 2021, 2:01 PM IST

ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ସମୟରେ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସଂନ୍ଧ୍ୟା 6ରୁ ସକାଳ 5 ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଏହି ପଦକ୍ଷେପ ନେଇଛି।

ସମଲେଶ୍ୱରୀ ମନ୍ଦିର ଦର୍ଶନର ସମୟ ପରିବର୍ତ୍ତନ, ନାଇଟ କର୍ଫ୍ୟୁ ବଳବତ୍ତର

ଏପଟେ ବଦଳିଛି ସମ୍ବଲପୁର ମା' ସମଲେଶ୍ବରୀ ମନ୍ଦିରର ଦର୍ଶନ ସମୟ। ପୂର୍ବରୁ ସକାଳ 6 ଟାରୁ ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଏହା ଅପରିବର୍ତ୍ତିତ ରହିଛି। ତେବେ ଅପରାହ୍ନର ସମୟ ପରିବର୍ତ୍ତନ ହୋଇଛି।

ପୂର୍ବରୁ ଅପରାହ୍ନ 3 ରୁ ସନ୍ଧ୍ୟା ସାଢ଼େ 7 ଟା ପର୍ଯ୍ୟନ୍ତ ଦର୍ଶନ ସମୟ ଥିବା ବେଳେ ବର୍ତ୍ତମାନ ଅପରାହ୍ନ 3 ରୁ ସାଢ଼େ 5ଟା ପର୍ଯ୍ୟନ୍ତ ମା ସମଲେଶ୍ବରୀଙ୍କ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଆଗକୁ ମନ୍ଦିର ଦର୍ଶନର ସମୟରେ ଆହୁରି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details