ଓଡିଶା

odisha

By

Published : Dec 22, 2022, 9:44 AM IST

ETV Bharat / state

ସମଲେଇ ଯୋଜନା ପାଇଁ ଜିଲ୍ଲା ପ୍ରଶାସନର ଜନ ଶୁଣାଣି

ସମଲେଇ ଯୋଜନା ପାଇଁ କାର୍ଯ୍ୟ ଜୋରସୋରରେ ଚାଲୁଥିବା ବେଳେ କେତେକ ସ୍ଥାନରେ ଜମି ଅଧିଗ୍ରହଣ ନେଇ ଏବେ ମଧ୍ୟ ବିବାଦ ଜାରି ରହିଛି । ଏହାକୁ ନେଇ ବୁଧବାର ଦିନ ପ୍ରଶାସନ ପକ୍ଷରୁ ଜନ ଶୁଣାଣି କରାଯାଇଛି । ଅଧିକ ପଢନ୍ତୁ

samalei project
samalei project

samalei project

ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ଜାରି ରହିଥିବା ସମଲେଇ ଯୋଜନା ପାଇଁ କାର୍ଯ୍ୟ ଜୋରସୋରରେ ଚାଲୁଅଛି । ତେବେ କେତେକ ସ୍ଥାନରେ ଜମି ଅଧିଗ୍ରହଣ ନେଇ ଏବେ ମଧ୍ୟ ବିବାଦ ଜାରି ରହିଛି। ଏଭଳି ପରିସ୍ଥିତିରେ ଏହି ସମସ୍ୟାର ସମାଧାନ ପାଇଁ ଗତକାଲି(ବୁଧବାର) ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିବନ୍ଧା ସ୍ଥିତ RCDR ସମ୍ମିଳନୀ କକ୍ଷରେ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ: ଅଭୂଲା ଫର୍ଦ୍ଦରେ ଅନନ୍ୟା: ଦେଶ ବିଦେଶରେ ପାଇଲେ ନୂଆ ପରିଚୟ, ବର୍ଷ ତମାମ ଥିଲେ ଚର୍ଚ୍ଚାରେ..

ସମଲେଇ ଯୋଜନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଆୟୋଜିତ ହୋଇଥିଲା । କେତେକ ଅଞ୍ଚଳରେ ବିସ୍ଥାପିତଙ୍କ ସମସ୍ୟା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା ଜାରି ରଖିଛି । ଏହା ସହ ସମଳେଇ ଯୋଜନାରେ 30 ଡ଼ିସିମିଲ ପ୍ରାଇଭେଟ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜମି ଅଧିଗ୍ରହଣରେ ପ୍ରଭାବିତ ହେଉଥିବା ପରିବାର ମାନଙ୍କ ସମସ୍ୟା ବିଷୟରେ ଜାଣିବା ପାଇଁ ଏକ ଏଜେନ୍ସିକୁ ନିୟୋଜିତ କରାଯାଇଥିଲା । ଏହି ଏଜେନ୍ସିର ସର୍ବେକ୍ଷଣ ରିପୋର୍ଟ ଆସିବା ପରେ ବୁଧବାର ପ୍ରଭାବିତ ପରିବାରମାନଙ୍କୁ ନେଇ ଏହି ଜନ ଶୁଣାଣି କରାଯାଇ ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଉଥିବା ସୁବିଧା ନେଇ ଅବଗତ କରାଯାଇଥିଲା । ଏହି ଜନ ଶୁଣାଣିରେ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ସହ ଉପଜିଲ୍ଲାପାଳ ଓ ରାଜସ୍ୱ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ଆଜି ଆମର ସମଲେଇ ପ୍ରକଳ୍ପ ଅନ୍ତର୍ଗତ ୩୦ ଡେସିମିଲର ପ୍ରାଇଭେଟ ଜାଗାର ଅଧିଗ୍ରହଣ ସମ୍ବନ୍ଧୀୟ ବିଜ୍ଞପ୍ତି ହୋଇଛି । ଏହି ଜମି ଅଧିଗ୍ରହଣ ପୂର୍ବରୁ ନିୟମଅନୁସାରେ ଜମି ଅଧିଗ୍ରହଣରେ ପ୍ରଭାବିତ ହେଉଥିବା ପରିବାର ମାନଙ୍କ ସମସ୍ୟା ବିଷୟରେ ଜାଣିବା ପାଇଁ ଏକ ଏଜେନ୍ସିକୁ ନିୟୋଜିତ କରିଯାଇଥିଲା । ଏହାକୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା । ସେମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ । ଜମି ଅଧିଗ୍ରହଣର ନିୟମ ଅନୁସାରେ, ଏହା ଏକ ଜନଶୁଣାଣି ମାଧ୍ୟମରେ ଫଇସଲା କରାଯାଏ । ତେଣୁ ଆମେ ଜନଶୁଣାଣି କରିଥିଲୁ ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details