ଓଡିଶା

odisha

ETV Bharat / state

ଢୋଲ ପିଟା ବିକାଶ, ଖଟିଆରେ 2 କିମି ବୁହାହେଲେ ଗର୍ଭବତୀ - ସମ୍ବଲପୁର ଗର୍ଭବତୀ ବୁହା ହେଲେ

ଗାଁକୁ ରାସ୍ତା ନଥିବାରୁ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ଗର୍ଭବତୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଦୋଭାୟା ଗ୍ରାମରୁ ଆସିଛି ଏହି ମର୍ମସ୍ପର୍ଶୀ ଚିତ୍ର । ଅଧିକ ପଢନ୍ତୁ...

ଢୋଲ ପିଟା ବିକାଶ, ଖଟିଆରେ 2 କିମି ବୁହାହେଲେ ଗର୍ଭବତୀ
ଢୋଲ ପିଟା ବିକାଶ, ଖଟିଆରେ 2 କିମି ବୁହାହେଲେ ଗର୍ଭବତୀ

By

Published : Feb 27, 2021, 10:53 PM IST

ସମ୍ବଲପୁର:ମୋ ସରକାର ଓ 5ଟି ଭଳି ମେଗା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ମାତ୍ର ରାସ୍ତା ଅଭାବରୁ ଗର୍ଭବତୀ ମହିଳା ବୁହା ହେବା ଭଳି ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଦୋଭାୟା ଗ୍ରାମର ଏହି ଘଟଣା । ଗ୍ରାମକୁ ଭଲ ରାସ୍ତା ନଥିବାରୁ ମହିଳାଙ୍କୁ ଦୀର୍ଘ 2 କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାଯାଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଛି ଏବଂ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଢୋଲ ପିଟା ବିକାଶ, ଖଟିଆରେ 2 କିମି ବୁହାହେଲେ ଗର୍ଭବତୀ

ସୂଚନାଯୋଗ୍ୟ, ଦୋଭାୟା ଗ୍ରାମର ରଞ୍ଜିତ ମାଝୀଙ୍କ ଗର୍ଭବତୀ ସ୍ତ୍ରୀ ଯୋଶୀ ମାଝୀ ରାତି 2ଟା ସମୟରେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ପରିବାର ଲୋକେ ମହିଳାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ମାତ୍ର ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ଯାହାଫଳରେ ଗର୍ଭବତୀଙ୍କ ପରିବାର ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଖଟରେ ବୋହି 2 କିମି ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଗ୍ରାମଟି ପାହାଡ ଉପରେ ଥିବାରୁ ରାତିରେ ମହିଳାଙ୍କୁ ବୋହିବା ଅତ୍ୟନ୍ତ କଷ୍ଟଦାୟକ ହୋଇଥିଲା ।

ତେବେ ଦୋଭାୟା ଗ୍ରାମର ଏହା ଗୋଟିଏ ଘଟଣା ନୁହେଁ, ଗାଁର ପ୍ରତ୍ୟେକ ପରିବାର ସମାନ ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details