ଓଡିଶା

odisha

ETV Bharat / state

ପୁଣି ଜନନୀ ଯନ୍ତ୍ରଣା: 2 କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ବାହ୍ମଣୀପାଲି ଗାଁରେ ରାସ୍ତା ଖରାପ ଯୋଗୁ ଆସିଲାନି ଆମ୍ବୁଲାନ୍ସ । ଶେଷରେ 2 କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା। ଅଧିକ ପଢନ୍ତୁ...

ଷ୍ଟ୍ରେଚରରେ 2 କିମି ବୁହାହେଲେ ଗର୍ଭବତୀ
ଷ୍ଟ୍ରେଚରରେ 2 କିମି ବୁହାହେଲେ ଗର୍ଭବତୀ

By

Published : Dec 12, 2020, 9:37 AM IST

ସମ୍ବଲପୁର: ଆସିଲାନି ଆମ୍ବୁଲାନ୍ସ । ପୁଣି 2 କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ବାହ୍ମଣୀପାଲି ଗାଁରେ ।

ଶୁକ୍ରବାର ବାହ୍ମଣୀପାଲି ଗାଁର ସବିତା ନାୟକଙ୍କର ପ୍ରସୂତି ଯନ୍ତ୍ରଣା ହେଉଥିଲା । ଏଣୁ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସକୁ କଲ କରାଯାଇଥିଲା । ଏହାପରେ କିସୀଣ୍ଡା ଥାନାରୁ ଏକ ଆମ୍ବୁଲାନ୍ସକୁ ସଙ୍ଗେ ସଙ୍ଗେ ପ୍ରସୂତୀଙ୍କ ଗାଁକୁ ପଠା ଯାଇଥିଲା । ମାତ୍ର ଗାଁର ରାସ୍ତା ଅତ୍ୟନ୍ତ ଖରାପ ଥିବା ସହ ରାସ୍ତାରେ ନଦୀ ପଡିବାରୁ ଆମ୍ବୁଲାନ୍ସଟି ଗାଁର 2 କିମି ପୂର୍ବରୁ ଅଟକି ରହିଥିଲା।

ଷ୍ଟ୍ରେଚରରେ 2 କିମି ବୁହାହେଲେ ଗର୍ଭବତୀ

ସେଠାରେ ମୋବାଇଲ ନେଟୱର୍କ ମଧ୍ୟ ନଥିବାରୁ ଡ୍ରାଇଭର ଓ ଫାର୍ମାସିଷ୍ଟ ମଧ୍ୟ ପ୍ରସୂତୀଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ମଧ୍ୟ କରି ପାରିନଥିଲେ। ଏହାପରେ ଉଭୟ ଫାର୍ମାସିଷ୍ଟ କେଶବ ପ୍ରଧାନ, ଡ୍ରାଇଭର ଆର୍ତ୍ତ ବେହେରା ଓ ଆଟେଣ୍ଡେଣ୍ଟ ନିଶାନ୍ତ ସାହୁ 2 କିମି ଚାଲି ଚାଲି ନଦୀ ପାର ହୋଇ ପ୍ରସୂତୀଙ୍କ ଘରେ ପହଁଞ୍ଚିଥିଲେ।

ମାତ୍ର ସେତେବେଳକୁ ପ୍ରସୂତୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ସାରିଥିଲେ। ଆମ୍ବୁଲାନ୍ସ କର୍ମଚାରୀ ପ୍ରସୂତୀଙ୍କୁ ଏକ ଷ୍ଟ୍ରେଚରରେ ବୋହି 2 କିମି ଚାଲି ଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଏହାପରେ ଉଭୟ ଶିଶୁ ଓ ପ୍ରସୂତିଙ୍କୁ ନାକଟି ଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ନିଷ୍ଠାପର କର୍ତ୍ତବ୍ୟପରାୟନତା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details