ସମ୍ବଲପୁର: ନନ୍ଦାପଡାର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ସମ୍ବଲପୁର ପୋଲିସ ଆଉ ପାଦେ ଆଗକୁ ବଢିଛି । ତଦନ୍ତ ସମୟରେ ମାଟି ତଳୁ ମିଳିଥିବା ଖପୁରୀ ହାଡ଼ ସହ ଜୟଶ୍ରୀ ମିଶ୍ରଙ୍କ ସମ୍ପର୍କୀୟଙ୍କ ଡିଏନଏ ମିଶୁଛି ନା ନାହିଁ ତାହା ଜାଣିବା ପାଇଁ ପୋଲିସ ଏବେ ଡିଏନଏ ଟେଷ୍ଟ କରିବାକୁ ସମ୍ବଲପୁର ଏସଡିଜେଏମ କୋର୍ଟର ଅନୁମତି ପାଇଁ ଆବେଦନ କରିଛି ।
ଜୟଶ୍ରୀ ହତ୍ୟାକାଣ୍ଡ: ଡିଏନଏ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ମାଗିଲା ପୋଲିସ
ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ସମ୍ବଲପୁର ପୋଲିସ ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ ପାଇଁ ଏସଡିଜେଏମ କୋର୍ଟର ଅନୁମତି ଲୋଡିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ