ଓଡିଶା

odisha

ETV Bharat / state

ସ୍ନାତକ ଓଡ଼ିଆ ପ୍ରଶ୍ନପତ୍ର ବିଭ୍ରାଟ, ଅଧ୍ୟାପକ ବାସନ୍ଦ - semestar question paper error

ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ତିନି କଳା ଓଡିଆ ବିଭାଗର ପଞ୍ଚମ ସେମିଷ୍ଟାର ପ୍ରଶ୍ନପତ୍ର ବିଭ୍ରାଟ ସୂଚନା । ଅଧିକ ପଢନ୍ତୁ...

ସ୍ନାତକ ଓଡ଼ିଆ ପ୍ରଶ୍ନପତ୍ର ବିଭ୍ରାଟ, ଅଧ୍ୟାପକ ବାସନ୍ଦ
ସ୍ନାତକ ଓଡ଼ିଆ ପ୍ରଶ୍ନପତ୍ର ବିଭ୍ରାଟ, ଅଧ୍ୟାପକ ବାସନ୍ଦ

By

Published : Mar 19, 2021, 7:17 PM IST

ସମ୍ବଲପୁର: ଯୁକ୍ତ ତିନି କଳା ଓଡିଆ ବିଭାଗର ପଞ୍ଚମ ସେମିଷ୍ଟାର ପ୍ରଶ୍ନପତ୍ର ତ୍ରୁଟି । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଏହି ବିଭ୍ରାଟ ହୋଇଥିବା ସୂଚନା ମିଳିଛି । ଏହି ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ତିଆରି କରିଥିବା ଜଣେ ଅଧ୍ୟାପକଙ୍କୁ ବାସନ୍ଦ କରାଯାଇଥିବା ପରୀକ୍ଷା ନିୟନ୍ତ୍ରଣ ସୂଚନା ଦେଇଛନ୍ତି ।

ସ୍ନାତକ ଓଡ଼ିଆ ପ୍ରଶ୍ନପତ୍ର ବିଭ୍ରାଟ, ଅଧ୍ୟାପକ ବାସନ୍ଦ

ସୂଚନାଯୋଗ୍ୟ, ଗୁରୁବାର ପରୀକ୍ଷା ସମୟରେ ଓଡିଆ ସ୍ନାତକ ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି ଦେଖା ଦେଇଥିଲା । ତେବେ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଠୋସ୍ ପଦକ୍ଷେପ ଗ୍ରହଣ କରିଛି । ପ୍ରଶ୍ନପତ୍ର ତିଆରି ଦାୟିତ୍ବରେ ଥିବା ଅଧ୍ୟାପକଙ୍କୁ ଏଥିପାଇଁ ଦାୟୀ କରାଯାଇ ବାସନ୍ଦ କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏପରି ବିଭ୍ରାଟ ହେଲା, ତାହାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଥିବା କହିଛନ୍ତି ବୁର୍ଲାସ୍ଥିତ ଜ୍ୟୋତି ବିହାର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ।

ଜ୍ୟୋତିବିହାର ବିଶ୍ବବିଦ୍ୟାଳୟ ଓ ଏହା ଅଧିନରେ ଥିବା ଶହ ଶହ ମହାବିଦ୍ୟାଳୟର ହଜାର ହଜାର ଯୁକ୍ତ ତିନି ପଞ୍ଚମ ସେମିଷ୍ଟାର ଓଡିଆ ସ୍ନାତକ ଛାତ୍ରଛାତ୍ରୀ ଏହି ପ୍ରଶ୍ନପତ୍ର ବିଭ୍ରାଟ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ କମିଟି ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details