ଓଡିଶା

odisha

By

Published : Jan 20, 2022, 10:29 PM IST

ETV Bharat / state

ଅସଲି ପୋଲିସ ହାତରେ ନକଲି ପୋଲିସ

ନକଲି ପୋଲିସକୁ ଗିରଫ କଲା ସମ୍ବଲପୁର ହୀରାକୁଦ ଥାନା ପୋଲିସ । ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ୪୨୦ ପୋଲିସ ଗିରଫ ହୋଇଛି । ଅଧିକ ପଢନ୍ତୁ

fake cops arrested in sambalpur on cheating case
ସମ୍ବଲପୁର ପୋଲିସ ହାତରେ ନକଲି ପୋଲିସ।

ସମ୍ବଲପୁର: ନକଲି ପୋଲିସକୁ ଗିରଫ କଲା ସମ୍ବଲପୁର ହୀରାକୁଦ ଥାନା ପୋଲିସ । ଶେଷରେ ହୀରାକୁଦ ପୋଲିସ କବଜାରେ ନକଲି ପୋଲିସ । ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ୪୨୦ ପୋଲିସକୁ ଗିରଫ କରିଛି ହୀରାକୁଦ ପୋଲିସ ।

ତେବେ ସମ୍ଵଲପୁର ଓ ବରଗଡ ଅଞ୍ଚଳରେ ଫେକ୍ ପୋଲିସ ସାଜି ବହୁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଏନେଇ ହୀରାକୁଦ ଥାନାରେ ଅଭିଯୋଗ ହେବା ପରେ ଘଟଣାରେ 2 ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ ।

ନିଜକୁ ଆଇଆଇସି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଠକେଇ କରିବା ସହ ବିଭିନ୍ନ କାମ କରେଇଦେବା ନାଁରେ ପଇସା ଆଦାୟ କରୁଥିଲେ । ତେବେ ହୀରାକୁଦ ଖ୍ରୀଷ୍ଟିୟାନ ପଡାର ଯୁବକ ସୁବ୍ରତ ଛତ୍ରିଆଙ୍କ ଠାରୁ ବରଗଡ ଅତାବିରା ଥାନା ଲହଣ୍ତା ଗ୍ରାମର ନକଲି ପୋଲିସ ଅଫିସର ପ୍ରଶାନ୍ତ ମିର୍ଧା ୫ ହଜାର ଟଙ୍କା ନେଇଥିଲେ ।

ଏହା ପରେ ସୁବତ୍ର ତାଙ୍କ ଘରକୁ ଯାଇ ଅଭିଯୁକ୍ତର ବାପା ଠାରୁ ଟଙ୍କା ଫେରାଇ ଆଣିବା ସହ ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜ୍ଜୁ କରି ନକଲି ପୋଲିସ ଅଫିସର ପ୍ରଶାନ୍ତ ମିର୍ଧା ଓ ତା'ର ସହଯୋଗୀ କାଣ୍ଟେ ଶ୍ରୀନିବାସକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କ ପାଖରୁ ଗୋଟିଏ ପୋଲିସ ୟୁନିଫର୍ମ, ପୋଲିସ ବୁଟ, ୨ଟି ପୋଲିସ ବେଲ୍ଟ ଓ ୩ଟି ମୋବାଇଲ ଫୋନ ଜବତ କରିଛି ହୀରାକୁଦ ଥାନା ପୋଲିସ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ୍ କୁମାର ରଣା, ଇଟିଭି ଭାରତ

ABOUT THE AUTHOR

...view details