ଓଡିଶା

odisha

By

Published : Jul 21, 2019, 9:18 PM IST

ETV Bharat / state

କାଳ ହେଲା ମଜାମସ୍ତୀ, ମହାନଦୀରେ ବୁଡି ଯୁବକ ମୃତ

ସମ୍ବଲପୁର ମହାନଦୀର ଦ୍ଵିତୀୟ ସେତୁ ତଳେ ପାଣିରେ ବୁଡି ଯୁବକ ମୃତ। ମୃତ ଯୁବକ ହେଲେ ହୀରାକୁଦ ଅଞ୍ଚଳର ସୁବାସ ଚନ୍ଦ୍ର ଦଳେଇ । ନଦୀରେ ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ସମ୍ବଲପୁର: ମହାନଦୀର ଦ୍ବିତୀୟ ସେତୁ ତଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁରର ଚାଞ୍ଚପୁର ଅଞ୍ଚଳରେ । ମୃତକଙ୍କ ନାମ ସୁବାସ ଚନ୍ଦ୍ର ପଲେଇ । ତାଙ୍କ ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ରବିବାର ସୁବାସ ନିଜ 3 ଜଣ ବନ୍ଧୁଙ୍କ ସହ ଚାଞ୍ଚପୁର ଅଞ୍ଚଳକୁ ବଣଭୋଜି କରିବାକୁ ଯାଇଥିଲେ । ସନ୍ଧ୍ୟାରେ ସମସ୍ତେ ନଦୀରେ ଗାଧୋଉଥିବା ବେଳେ ହଠାତ୍ ବୁଡି ଯାଇଥିଲେ ସୁବାସ । ପରେ ଅନ୍ୟ ସାଙ୍ଗମାନେ ଅଗ୍ନିଶମକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଘଟଣାକୁ ନେଇ ହୀରାକୁଦ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details