ଓଡିଶା

odisha

ETV Bharat / state

ଚୋରା ଗାଡି ରାକେଟ ଠାବ, 3 ଗିରଫ

ଏକ ଅନ୍ତଃରାଜ୍ୟ ଚୋରା ଗାଡି ରାକେଟକୁ ଠାବ କରିଛି ସମ୍ବଲପୁର ପୋଲିସ। ସେମାନଙ୍କ ପାଖରୁ 2 ଟି ବୋଲଲେରୋ, ଗୋଟିଏ ପିକଅପ୍ ଅନ୍ୟ ଏକ ଗୋଟିଏ ଇଣ୍ଡିକା କାରକୁ ଜବତ କରିବା ସହ ଏହି ରାକେଟରେ ସମ୍ପୃକ୍ତି ଥିବା ଅଭିଯୋଗରେ 4 ଜଣକୁ ଗିରଫ କରିଛି ପୋଲିସ।

By

Published : Feb 9, 2019, 6:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ପୋଲିସକୁ ସଫଳତା। ଏକ ଅନ୍ତଃ ରାଜ୍ୟ ଚୋରା ଗାଡି ରାକେଟକୁ ଠାବ କରିଛି ପୋଲିସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଜିଲ୍ଲା ପୋଲିସ। ଏହି ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ କରିଥିବା ଥିବା ବେଳେ ସେମାନଙ୍କ ପାଖରୁ 2ଟି ବୋଲଲେରୋ, ଗୋଟିଏ ପିକଅପ୍ ଏବଂ ଅନ୍ୟ ଏକ ଇଣ୍ଡିକା କାରକୁ ଜବତ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ସମ୍ବଲପୁର ଧନୁପାଲିର ଏମ.ଡି ହାଇଦର ଓ ବିହାରର ନବାଦା ଜିଲ୍ଲାର ରାଜେଶ ପ୍ରସାଦ ସିଂ, ଗୟା ଜିଲ୍ଲାର ଉମେଶ ସିଂ ଓ ସୁରେଶ ପାଶ୍ୱାନ।

ହାଇଦର ସହରର ବିଭିନ୍ନ ସ୍ଥାନରୁ କାର, ବାଇକ ଚୋରି କରି ବିହାରରେ ରହୁଥିବା ରାଜେଶ ପ୍ରସାଦ ସିଂଙ୍କୁ ଦେଉଥିଲା । ସେଠାରେ ରାଜେଶ ଗାଡିଗୁଡିକର ଚେଚିସ, ଇଞ୍ଜିନ ନମ୍ବର ପରିବର୍ତ୍ତନ କରି ବିକ୍ରି କରୁଥିଲା। ସହରରେ ବାରମ୍ବାର ଏଭଳି ଗାଡି ଚୋରି ହେଉଥିବା ନେଇ ଅଭିଯୋଗ ଆସିବା ପରେ ଟାଉନ ଥାନା, ଧନୁପାଲି ଥାନା, ଅଇଁଠାପାଲି ଥାନାର କେତେକ ଦକ୍ଷ ଅଫିସରଙ୍କୁ ନେଇ ସ୍ପେଶାଲ ସ୍କ୍ୱାର୍ଡର ଗଠନ କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସ୍ପେଶାଲ ସ୍କ୍ୱାର୍ଡ ଏ ଘଟଣାର ଖୋଳତାଡ କରି ଏହି ରାକେଟକୁ ବିହାରରେ ଠାବ କରିଥିଲା। ଏ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପୂର୍ବରୁ ହାଇଦରଙ୍କ ନାମରେ ଗାଡି ଚୋରୀ ଅଭିଯୋଗ ଥିବାର ପୋଲିସ ଜଣାଇଛି।

ସେପଟେ, ଘଟଣାରେ ଅନ୍ୟ କେହି ସମ୍ପୃକ୍ତି ଥିବା ନେଇ ଅଭିଯୁକ୍ତଙ୍କୁ ପରବର୍ତ୍ତୀ ସମୟରେ ରିମାଣ୍ଡରେ ଅଣାଯାଇ ଆହୁରି ପଚରା ଉଚରା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆହୁରି ଚୋରା ଗାଡି ଜବତ ହେବାର ସମ୍ଭାବନା ରହିଛି ବୋଲି ପୋଲିସ କହିଛି।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details