ଓଡିଶା

odisha

ETV Bharat / state

ବୃଦ୍ଧ ଚାଷୀଙ୍କୁ ପୋଲିସର ମାଡ ଅଭିଯୋଗ, ନ୍ୟାୟ ମାଗିଲେ ଗ୍ରାମବାସୀ - ପୋଲିସର ଜୁଲମ

ମଙ୍ଗଳବାର ଜଣେ ଆଦବାସୀ ବୃଦ୍ଧ ନିଜ ଲଙ୍କା କିଆରୀରୁ ଲଙ୍କା ବସ୍ତା ନେଇ ଘରକୁ ଫେରୁଥିବା ବେଳେ ତାଙ୍କୁ 2 ଜଣ ପୋଲିସ କର୍ମଚାରୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇ ପଡିଥିବାରୁ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

sambalpur latest news, old man hit by police, old farmer beaten by police, arrogence of police, lockdown, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରରେ ବୃଦ୍ଧଙ୍କୁ ପୋଲିସର ମାଡ, ବୃଦ୍ଧ ଚାଷୀଙ୍କୁ ପୋଲିସର ମାଡ, ପୋଲିସର ଜୁଲମ, ଲକଡାଉନ
ବୃଦ୍ଧ ଚାଷୀଙ୍କୁ ପୋଲିସର ମାଡ ଅଭିଯୋଗ, ନ୍ୟାୟ ମାଗିଲେ ଗ୍ରାମବାସୀ

By

Published : May 12, 2020, 7:24 PM IST

ସମ୍ବଲପୁର: ଲକଡାଉନ ସମୟରେ ସାଧାରଣ ଲୋକଙ୍କ ପାଇଁ ଦିନରାତି ଏକ କରି ସୁରକ୍ଷାର ଛାଉଣୀ ଦେଉଛନ୍ତି ପୋଲିସ କର୍ମଚାରୀ । ଏମିତିରେ କିଛି ପୋଲିସଙ୍କ ଜୁଲମର ମଧ୍ୟ ନଜିର ରହିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଜୟପୁରଗଡରେ ଏନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ମଙ୍ଗଳବାର ଜଣେ ଆଦବାସୀ ବୃଦ୍ଧ ନିଜ ଲଙ୍କା କିଆରୀରୁ ଲଙ୍କା ବସ୍ତା ନେଇ ଘରକୁ ଫେରୁଥିବା ବେଳେ ତାଙ୍କୁ 2 ଜଣ ପୋଲିସ କର୍ମଚାରୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇ ପଡିଥିବାରୁ ତାଙ୍କୁ କୁଚିଣ୍ଡା ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବୃଦ୍ଧ ଚାଷୀଙ୍କୁ ପୋଲିସର ମାଡ ଅଭିଯୋଗ, ନ୍ୟାୟ ମାଗିଲେ ଗ୍ରାମବାସୀ

ଆହତ ବୃଦ୍ଧ ଜଣକ ଜୟପୁରଗଡ ଗାଁର ଜେଙ୍ଗା କିଷାନ। ସେ ପୋଲିସର ମାଡ ପରେ ଚାଲିବୁଲି ନପାରିବାରୁ ତାଙ୍କୁ 108 ଆମ୍ବୁଲାନ୍ସରେ କୁଚିଣ୍ଡା ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟା ଓ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି । ତେବେ କୁଚିଣ୍ଡା ଅଞ୍ଚଳରେ ଏକ ଲାଭଜନକ ଫସଲ ଭାବେ ଲଙ୍କା ଚାଷ କରାଯାଉଥିବା ବେଳେ ଏବେ ଲଙ୍କା ଚାଷ ଅମଳର ସମୟ । ଚାଷୀମାନେ ପାଚିଲା ଲଙ୍କା ସଂଗ୍ରହ କରୁଥିବା ବେଳେ ଜେଙ୍ଗା ମଧ୍ୟ ନିଜ ବିଲରେ କିଛି ଟଙ୍କା ରୋଜଗାର ଆଶାରେ ଲଙ୍କା ଚାଷ କରିଛନ୍ତି ।

ହେଲେ ବିଲରୁ ଲଙ୍କା ତୋଳି ସାଇକେଲରେ ବୋହି ଆଣୁଥିବା ବେଳେ ଗ୍ରାମ ପାଖରେ ଜେଙ୍ଗା କିଷାନଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ମହୁଲପାଲି ଥାନା ପୋଲିସ ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା ଘଟଣାକୁ ଖଣ୍ଡନ କରିଛନ୍ତି । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details