ଓଡିଶା

odisha

ETV Bharat / state

ସମ୍ବଲପୁରରେ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ ଶିବିର, ଗୁୁରୁମନ୍ତ୍ରର ଦେଲେ ଓସିଏ ମୁଖ୍ୟ କୋଚ୍‌ ଦିନେଶ ମୋଙ୍ଗିଆ

ଓଡିଶା କ୍ରିକେଟର ପୁନରସ୍ଥାପନା ପାଇଁ ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ ଓସିଏ ପକ୍ଷରୁ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ ଶିବିର ଅନୁଷ୍ଠିତ । ଯୋଗ ଦେଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦୀନେଶ ମୋଙ୍ଗିଆ । ଅଧିକ ପଢ଼ନ୍ତୁ

ଓଡିଶାରେ କ୍ରିକେଟ ଗ୍ରାପକୁ ଉପରକୁ ଉଠେଇବା ପାଇଁ ଓସିଏ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ
ଓଡିଶାରେ କ୍ରିକେଟ ଗ୍ରାପକୁ ଉପରକୁ ଉଠେଇବା ପାଇଁ ଓସିଏ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ

By

Published : May 4, 2023, 8:11 PM IST

ଓଡିଶାରେ କ୍ରିକେଟ ଗ୍ରାପକୁ ଉପରକୁ ଉଠେଇବା ପାଇଁ ଓସିଏ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ

ସମ୍ବଲପୁର: ଓଡିଶାରେ କ୍ରିକେଟ ସ୍ତର ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି । ଏହି ଗ୍ରାଫ୍‌କୁ ଉପରକୁ ଉଠାଇବା ପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ବିଶେଷ କରି କ୍ରିକେଟରେ ରୁଚି ରଖୁଥିବା ନୂତନ ସ୍ପିନର ପ୍ରତିଭାକୁ ସାମ୍ନାକୁ ଆଣିବାକୁ ଏକ ସ୍ୱତନ୍ତ୍ର ଶିବିର ସମ୍ବଲପୁର VSS ଷ୍ଟାଡିଅମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲା ସହ ରାଉଲକେଲାରୁ ମୋଟ 170 ଜଣ ସ୍ପିନ ବୋଲିଂ ପ୍ରତିଭା ସାମିଲ ହୋଇଥିଲେ ।

ଏଥିରେ ସେମାନଙ୍କ ମଧ୍ୟରେ ଥିବା ପଟେନସିଆଲ୍‌ ସ୍ପିନର ପ୍ରତିଭାକୁ କିପରି ଅଧିକ ଶାଣିତ କରାଯିବ ସେନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଓସିଏ ମୁଖ୍ୟ କୋଚ୍‌ ଦିନେଶ ମୋଙ୍ଗିଆ । ଅଫ୍‌ ସ୍ପିନ୍‌, ଲେଗ୍‌ ସ୍ପିନ୍‌, ଗୁଗଲି, ଆର୍ମ ବଲ୍‌, ଟପ୍‌ ସ୍ପିନ୍‌, ଦୁସରା ପରି ଭେରାଇଟି ସ୍ପିନ ବୋଲିଂ କିପରି କରାଯାଏ ସେନେଇ ଟିକିନିଖି ବୁଝାଇଥିଲେ । ଏହାର କୌଶଳ ନେଇ ଟିପ୍ସ ଦେଇଥିଲେ ପୂର୍ବତନ କ୍ରିକେଟର । ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରି ସେମାନଙ୍କ ଭିତରେ ଥିବା ଦକ୍ଷତା ଓ କୌଶଳକୁ କିପରି ପରିପ୍ରକାଶ କରିହେବ ସେନେଇ ଚେଷ୍ଟା କରିଥିଲେ ଦିନେଶ ମୋଙ୍ଗିଆ ।

ଦିନେଶ ମୋଙ୍ଗିଆ କହିଛନ୍ତି, "ଓଡିଶାର ପ୍ରତିଭାବାନ କ୍ରିକେଟରମାନଙ୍କୁ ବିଭିନ୍ନ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । କ୍ରିକେଟ ଓଡିଶାର ଗ୍ରାଫ୍‌କୁ ଉପରକୁ ନେବା ପାଇଁ ପ୍ରତିଭାମାନଙ୍କୁ ଉତ୍ସାହିତ କରାଯାଉଛି । ମିଶନ-୨୪କୁ ଲକ୍ଷ୍ୟରେ ରଖି ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପ୍ରତିଭାମାନଙ୍କୁ ଚୟନ କରି ସେମାନଙ୍କୁ ଅଧିକରୁ ଅଧିକ ପ୍ରଶିକ୍ଷଣ ଦିଆଯିବ ।"

ଜିଲ୍ଲା କ୍ରୀଡା ସଂଘ ଉପସଭାପତି ଦୁଲାଲ ପ୍ରଧାନ କହିଛନ୍ତି, "ଓଡ଼ିଶା କ୍ରିକେଟ ଟିମ୍ କୋଚ୍ ଦାୟିତ୍ଵରେ ଥିବା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ ସହ ଓସିଏର ଅନ୍ୟ ଚୟନକର୍ତ୍ତାମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ଥିଲେ । ଏହି ଶିବିରରେ ଷ୍ଟାଡିୟମର ପିଚ୍ ଉପରେ ସବୁ ଯୁବ ସ୍ପିନରମାନଙ୍କୁ ବୋଲିଂ କରିବାର ସୁଯୋଗ ଦିଆଯାଇଥିଲା । ସେମାନଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବାକୁ ଓସିଏର ଅନ୍ୟ ଟ୍ରେନରମାନେ ପ୍ରୟାସ କରିଛନ୍ତି । ଏଥିରେ କୋଚ୍‌ ଦିନେଶ ମୋଙ୍ଗିଆ ସବୁ ସ୍ପିନରଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ସମସ୍ତଙ୍କୁ ସ୍ପିନ୍‌ ବୋଲିଂର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ପ୍ରଦାନ କରିଥିଲେ । ଏହି ଯୁବ କ୍ରିକେଟରମାନେ ଏହି ଶିବିର ପରେ ଓସିଏ କ୍ରିକେଟର ଗ୍ରାଫ୍‌କୁ ସୁଧାରିବାକୁ ସଫଳ ହେବେ ବୋଲି ଆଶା କରା ଯାଉଛି ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details