ସମ୍ବଲପୁର: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଆଜି ହେବ ଶୁଭଲଗ୍ନ ଧାର୍ଯ୍ୟ । ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ଆଜି ପରମ୍ପରା ମୁତାବକ ଅପରାହ୍ନ 4ଟାରୁ 5ଟା ମଧ୍ୟରେ ପଣ୍ଡିତମାନେ କେଉଁ ସମୟରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ନୂଆଁଖାଇ ଦିନ ନବାନ୍ନ ଲାଗି ହେବ ତାହା ନିର୍ଦ୍ଧାରଣ କରିବେ ।
ସେନେଇ ଆଜି ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଠାରେ ଅପରାହ୍ନ 4 ଟାରୁ 5 ଟା ମଧ୍ୟରେ ଏହି ଶୁଭଲଗ୍ନ ସ୍ଥିର ହେବ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ଏହି ବୈଠକରେ ଆଜି ସମ୍ବଲପୁରର ପଣ୍ଡିତମାନେ ପରମ୍ପରା ଅନୁଯାୟୀ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କଲା ପରେ ନୂଆଁ ଖାଇ ପାଇଁ ଶୁଭଲଗ୍ନ ସ୍ଥିର କରିବେ ।