ଓଡିଶା

odisha

ETV Bharat / state

ଡେଙ୍ଗୁ-ମ୍ୟାଲେରିଆ ସମୂଳେ ନାଶ ନେଇ ସମ୍ବଲପୁର ପ୍ରଶାସନର ତତ୍ପରତା

ସମ୍ବଲପୁର ଜିଲ୍ଲାକୁ ଆଗାମୀ ଦିନରେ ଯେଭଳି ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗ ନ ବ୍ୟାପେ, ତେଣୁ ଏନେଇ ବୁଧବାର  ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ  ବୈଠକ ଅନୁଷ୍ଠିତ ହୋଇଯାଇଛି ।

By

Published : Jul 3, 2019, 9:53 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସମଗ୍ର ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ହ୍ରାସ କରିଥିବା ଜିଲ୍ଲା ମଧ୍ୟରେ ସମ୍ବଲପୁର ଜିଲ୍ଲା ଅନ୍ୟତମ । ତେଣୁ ଆଗାମୀ ଦିନରେ ଯେଭଳି ସମ୍ବଲପୁରକୁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗ ନ ବ୍ୟାପେ, ତେଣୁ ଏନେଇ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।


ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସିଡିଏମଓ, ଏଡିଏମଓ, ମେଡିକାଲ ଅଫିସର ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ପ୍ରୋଜେକ୍ଟର ମାଧ୍ୟମରେ ଆଗାମୀ ଦିନରେ ମ୍ୟାଲେରିଆ ଓ ଡେଙ୍ଗୁକୁ କିପରି ତୃଣମୂଳ ସ୍ତରରୁ ନିୟନ୍ତ୍ରଣ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର


ତେବେ ବିଗତ 5 ବର୍ଷ ଉପରେ ନଜର ପକାଇଲେ 2014 ରେ 20482, 2015ରେ 16884, 2016ରେ 12446, 2017ରେ 5119, 2018ରେ 319 ଓ 2019ରେ ବର୍ତ୍ତମାନ ସୁଦ୍ଧା 14 ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ମୃତ୍ୟୁ ହାର ଦେଖିଲେ 2014ରେ ଜଣେ, 2015ରେ 2, 2016ରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ 2017 ରୁ ଆଜି ପର୍ଯ୍ୟନ୍ତ ଜଣେ ବି ରୋଗୀ ମ୍ୟାଲେରିଆରେ ମୃତ୍ୟୁବରଣ କରିନାହାଁନ୍ତି ।


ଏପଟେ 2014 ରେ 4, 2015ରେ 0, 2016 ରେ 7, 2017ରେ 15, 2018ରେ 12 ଜଣ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କେହି ବି ମୃତ୍ୟୁବରଣ କରିନାହାଁନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।


ପୂର୍ବରୁ ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚକରେ ବହୁ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀ ଚିହ୍ନଟ ହେଇଥିବାବେଳେ ବିଗତ କିଛି ବର୍ଷରେ ସ୍ୱାସ୍ଥ୍ୟ ବିଭାଗର ଯୋଜନାବଦ୍ଧ ପଦକ୍ଷେପ ଯୋଗୁ ଏଥିରେ ବହୁ ହ୍ରାସ ପରିଲକ୍ଷିତ ହୋଇଛି । ନିରନ୍ତର ଫିଲ୍ଡ ପରିଦର୍ଶନ, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତାଲିମ ପ୍ରଦାନ, ଗ୍ରାମାଞ୍ଚଳରେ ରୋଗ ଚିହ୍ନଟ କରିବାର ସୁବିଧା, ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖିବା ଓ ମେଡିକାଲ ଅଫିସରଙ୍କ ନିରନ୍ତର ତଦାରଖ ମାଧ୍ୟମରେ ଏହି ସଫଳତା ମିଳିଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details